ବାଲିମାଫିଆଙ୍କ ଗୁଣ୍ଡାରାଜ, ବନ କର୍ମଚାରୀଙ୍କୁ ଆକ୍ରମଣ
🎬 Watch Now: Feature Video
ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ ଚୋରା ବାଲି ଚାଲାଣ ବଢିବାରେ ଲାଗିଛି । ଏହାରି ଭିତରେ ବାଲି ମାଫିଆଙ୍କ ଗୁଣ୍ଡାରାଜ ମଧ୍ୟ ଦେଖିବାକୁ ମିଳିଛି । ବାଲି ଚୋରା ଚାଲାଣ ଖବର ପାଇଁ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ହେଲେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ । ଭୁବନ ରେଞ୍ଜ ଜିରାଳ ଫରେଷ୍ଟବିଟ ଫରେଷ୍ଟରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବନ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ସୂଚନା ମୁତାବକ ଆଜି (ଶନିବାର) ବନବିଭାଗ ପାଟ୍ରୋଲିଂ କରୁଥିବାବେଳେ ରାମିଆଳ ନଦୀର ଚୋରା ବାଲି ଚାଲାଣ ହେଉଥିବା ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଖବର ପାଇ ସଦଳବଳେ ଘଟଣାସ୍ଥଳରେ ଚଢାଉ କରିଥିଲା ବନ ବିଭାଗ । ହେଲେ ଅତି ଚତୁରତା ସହ ବାଲି ମଫିଆମାନେ ଟ୍ରାକ୍ଟର ଗୁଡିକୁ ନେଇ ଫେରାର ହୋଇଥିଲେ । ହେଲେ ଦୁଇଜଣ ବାଲିମାଫିଆ ଫରେଷ୍ଟର ସରୋଜ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଭିମନ୍ୟୁ ରାଉତଙ୍କୁ ଆକ୍ରମଣ କରିଥିଲେ ଏବଂ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ବନ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଜିରାଳ ଗ୍ରାମର ବାଲି ମାଫିଆ ତପନ ଦାସ ଓ ତାଙ୍କ ସହଯୋଗୀଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ବୌଦ୍ଧରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ, ନାହିଁ ପ୍ରଶାସନର ନିଘା !
ଇଟିଭି ଭାରତ, ଢେଙ୍କାନାଳ