thumbnail

ଆତଙ୍କ ଖେଳାଇଥିବା କଲରାପତରିଆ ଅସୁସ୍ଥ, ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

By

Published : Apr 17, 2023, 5:48 PM IST

ନୂଆପଡା: ନୂଆପଡ଼ା ସଦର ରେଞ୍ଜର ସିଲିଆରିବାହାରା ଗାଁରୁ ଧରାପଡ଼ିଛି  କଲରାପତରିଆ ବାଘ । ଗାଁ ନିକଟରେ ବାଘଟି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଟିମ୍ ବାଘକୁ କାବୁ କରିବା ପରେ ବାଘଟି ଅସୁସ୍ଥ ଥିବା ଜଣାପଡ଼ିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବାଘଟି ମୁର୍ଚ୍ଛା ଯାଇଥିବା ଅନୁମାନ କରାଯାଉଥିବାରୁ ତାକୁ ତୁରନ୍ତ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏକ ମାସ ଧରି ନୂଆପଡ଼ା ସଦର ରେଞ୍ଜରେ ଆତଙ୍କ ଖେଳାଇଥିଲା ଏହି କଲରାପତରିଆ ବାଘ  । 

ପରେ ଏକ ଜନ୍ତା ସାହାଯ୍ୟରେ ଉଦ୍ଧାର ବାଘକୁ ନୂଆପଡ଼ା ପ୍ରାଣୀ ଚିକିତ୍ସାଳୟ ନିଆଯାଇଥିଲା।  ନୂଆପଡା ବନ ବିଭାଗ କାର୍ଯ୍ୟାଳୟରେ ACF ମୁସ୍ତାଫା ମହମ୍ମଦ, DFO ଶୁଶୀଲ କୁମାର ତ୍ରିପାଠୀ, ବନରକ୍ଷୀ, ବନପାଳଙ୍କ ଉପସ୍ଥିତିରେ ବାଘର ଚିକିତ୍ସା ହୋଇଥିଲା ।  ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସା ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ସତର୍କତା ସହିତ ବାଘର ଚିକିତ୍ସା କରିଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ବାଘକୁ ଆବଶ୍ୟକତାଠାରୁ କମ ପାଣି ମିଳିଛି । ଫଳରେ ପାଣି ଅଭାବରୁ ବାଘ  ଅଂଶୁଘାତର ଶିକାର ହୋଇଛି  ।  ସେହିପରି ବାଘର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ACF, DFO ପ୍ରାଣୀ ଚିକିତ୍ସା ଅଧିକାରୀ କଡ଼ା ଦୃଷ୍ଟି ରଖିଛନ୍ତି । ଅନ୍ୟପଟେ ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେଲେ କଡ଼ା ସୁରକ୍ଷାର ସହ ବାଘକୁ ପୁଣି ଜଙ୍ଗଲରେ ଛାଡି ଦିଆଯିବ ବୋଲି DFO ଶୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.