ଅଟୋରେ ଭାରତ ଦର୍ଶନ ଯାତ୍ରା, କୋଚିରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

By ETV Bharat Odisha Team

Published : Jan 7, 2024, 10:39 AM IST

thumbnail

Foreign tourist visits Koraput: କୋରାପୁଟ: ସମଗ୍ର ଭାରତ ଭ୍ରମଣ ପାଇଁ କୋଚିରୁ ଅଟୋ ଚଳାଇ ମେଘାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିଦେଶୀ ଯୁବକ ଯୁବତୀ । ବିଦେଶୀ ପର୍ଯ୍ୟଟକଙ୍କ ଏହି ଅଟୋ ରିକ୍ସା ଯାତ୍ରା ଗତକାଲି(ଶନିବାର) କୋରାପୁଟ ଜିଲ୍ଲାର ଲମତାପୁଟରେ ପହଞ୍ଚିଥିଲା । ତେବେ ଚଳିତ ମାସ 1 ତାରିଖ ଦିନ କେରଳରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ 20 ଜଣ ବିଦେଶୀ ଯୁବତୀ ଓ ଯୁବକ ଅଟୋ ରିକ୍ସା ଚଳାଇ ହଜାର ହାଜର କିଲୋମିଟର ଅତିକ୍ରମ କରିଛନ୍ତି l ଗତକାଲି ଲମତାପୁଟ ମୁଖ୍ୟ ବଜାର ଦେଇ ଏହି ଯାତ୍ରା ଯାଉଥିବା ସମୟରେ ବିଦେଶୀମାନେ ନିଜର ଅନୁଭୂତି ବଖାଣିଥିବା ଦେଖାଦେଇଛି । ଏହି ଭାରତ ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଗରିବଙ୍କ ପାଇଁ ସହାୟତ ରାଶି ଆଦାୟ ବୋଲି ସେମାନେ କହିଛନ୍ତି । ସେମାନଙ୍କ କହିବାନୁଯାୟୀ, କୋଚିରୁ 70ଟି ଅଟୋରେ ଯୁବତୀ ଯୁବକଙ୍କ ବିଭିନ୍ନ ଦଳ ଭାରତ ଭ୍ରମଣ ଆରମ୍ଭ କରିଛନ୍ତି l ସେମାନେ ଆଜି ପର୍ଯ୍ୟନ୍ତ ଦୁଇ ହଜାର କିଲୋମିଟର ଅତିକ୍ରମ କରିସାରିଥିବା ବେଳେ ପ୍ରାୟ ତିନି ହଜାର କିଲୋମିଟର ଆହୁରି ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଗୁଗୁଲ ମ୍ୟାପରେ ବାଟ ହୁଡ଼ିଗଲେ ବିଦେଶୀ ପର୍ଯ୍ୟଟକ, ଓଡ଼ିଶାର ଆତିଥ୍ୟ ଦେଖି ମୁଗ୍ଧ

ଇଟିଭି ଭାରତ, କୋରାପୁଟ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.