ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ
🎬 Watch Now: Feature Video
Subarna-2024 inaugurated: ସୁବର୍ଣ୍ଣପୁର: ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟଗୀତର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ 'ସୁବର୍ଣ୍ଣ -2024' ଉଦଘାଟିତ ହୋଇଯାଇଛି l ଶନିବାର ସନ୍ଧ୍ୟାରେ ରଙ୍ଗୀନ ଆଲୋକମାଳା ଓ ନୃତ୍ୟଗୀତ ମଧ୍ୟରେ ଏହାକୁ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । 5 ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଉଦଘାଟନୀ ମହୋତ୍ସବ ସଂଧ୍ୟାରେ ଜିଲ୍ଲା ତଥା ଜିଲ୍ଳା ବାହାର ସମ୍ବଲପୁରର ରଙ୍ଗ ଫରୁଆ, କଳାହାଣ୍ଡିର ଢୁଡୁକା, ଗଞ୍ଜାମର ପଶୁ ନୃତ୍ୟ, ସୋନପୁରର ପଏଁରୀ ଆଦି କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ଏହି ନାଚଗୀତକୁ ଉପଭୋଗ କରିଥିଲେ ।
ଶତ୍ରୁଘ୍ନ ଲୁହା ଓ ଉମେଶ କୁମ୍ଭାରଙ୍କ ନିର୍ଦ୍ଦେଶନାରେ ଭୀମଭୋଇ କଳା ପରିଷଦର କଳାକାରମାନଙ୍କ ଦ୍ବାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା l ଲୋକ ମହୋତ୍ସବର ସ୍ମରଣିକା ସାକ୍ତସ୍ଵରକୁ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀ, ସମ୍ମାନୀତ ଅତିଥି ଭାବେ ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ସୁବର୍ଣ୍ଣପୁରର କଳା ସଂସ୍କୃତି ପର୍ଯ୍ୟଟନ ଦେଶ ବିଦେଶର ଲୋକଙ୍କୁ ଆକୃଷ୍ଟ କରିଛି ବୋଲି କହିଥିଲେ ମନ୍ତ୍ରୀ l ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳାକୁ ସମସ୍ତ ଅତିଥି ବୁଲି ଦେଖିଥିଲେ l
ଏହାମଧ୍ୟ ପଢନ୍ତୁ... ଆରମ୍ଭ ହେଲା ପଏଁରୀ ତିହାର 2024, ଚାଲିବ ଲୋକକଳା ଓ ନୃତ୍ୟର ଆସର
ଶନିବାର ସକାଳେ ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ପାଖରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା l ଜିଲ୍ଲାପାଳ ବିମଳେନ୍ଦୁ ରାଏ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ମାଆ ସୁରେଶ୍ୱରୀଙ୍କ ପୀଠରୁ ଏହି ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରାମେଶ୍ଵର ଷ୍ଟାଡିୟମରେ ପହଞ୍ଚିଥିଲା । ଷ୍ଟାଡିୟମରେ ପହଞ୍ଚିବା ପରେ ମଞ୍ଚ ପୂଜା କରାଯାଇ ମହୋତ୍ସବର ମଶାଲକୁ ଦେବୀଙ୍କ ପ୍ରତିକୃତି ତଳେ ପ୍ରତିଷ୍ଠା କରାଯାଇଥିଲା ।
ଇଟିଭି ଭାରତ, ସୁବର୍ଣ୍ଣପୁର