ଫୁଲୁଛି ମହାନଦୀ, ବାଙ୍କି ଓ ତିଗିରିଆରେ ବନ୍ୟା ପରିସ୍ଥିତି - flood situation due to heavy rain in Mahanadi

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 16, 2023, 5:50 PM IST

କଟକ: ରାଜ୍ୟରେ ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମ୍ମୁଖ ନଦୀ ଗୁଡିକ ଫୁଲିବାରେ ଲାଗିଛି । ସେହିଭଲି ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ତଳ ମୁଣ୍ଡରେ ବର୍ତ୍ତମାନ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଚି ହୋଇଛି । ଯାହାଫଳରେ କଟକ ଜିଲ୍ଲାର ବହୁ ଅଞ୍ଚଳ ବର୍ତ୍ତମାନ ଜଳବନ୍ଦୀ ହୋଇରହିଛି  । 

ସୂଚନା ଯୋଗ୍ୟ ହୀରାକୁଦର ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବଢିବା ଯୋଗୁଁ  ଉତ୍ତର ବାଙ୍କୀର ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ୪ ଫୁଟ ଓ କଇଁଆ ନାଳ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ବନ୍ୟା ଜଳ ପ୍ରବାହିତ ଯୋଗୁ ବାଙ୍କୀ ଓ ତିଗିରିଆ ବ୍ଲକର ପ୍ରାୟ ୬ ଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ହୀରାକୁଦ ଡ୍ୟାମର ଖୋଲିଲା ଆଉ 6ଟି ଗେଟ, 26ଟି ଗେଟ ଦେଇ ଚାଲିଛି ବନ୍ୟାଜଳ

ଅନ୍ୟପଟେ ବନ୍ୟା ଜଳ ପ୍ରବାହିତ ଯୋଗୁ ରଣ ନଈ ଦେଇ ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପ୍ରବାହିତ ହୋଇଛି । ବନ୍ୟା ଜଳ ହୁଳୁହୁଳାରେ ପ୍ରବାହିତ ଯୋଗୁଁ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଜରୁରୀ କାଳୀନ ପରିସ୍ଥିତିରେ ଯାତାୟାତ ଗୋଟେ ପ୍ରକାର ଠପ୍ ହୋଇପଡିଛି । ବାଙ୍କୀରେ ମହାନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ଉପରେ 6.8. ମିଟର ରହିଛି  । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.