ଚାନ୍ଦିରେ ଝଟକୁଛନ୍ତି ମହାମାୟା, ସୁନ୍ଦରପଦା ଓ କପିଳପ୍ରସାଦ ମଣ୍ଡପରେ ଜମୁଛି ଭିଡ - ଭୁବନେଶ୍ବର ଦୁର୍ଗାପୂଜା 2023

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 22, 2023, 9:11 PM IST

ଭୁବନେଶ୍ବର: ପ୍ରଥମ ଥର ସୁନ୍ଦରପଦା ଓ କପିଳପ୍ରସାଦ ସାଂସ୍କୃତିକ ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ଶୋଭାପାଉଛନ୍ତି ମା' ଜଗତଜନନୀ । ୫୦ କେଜିର ରୂପରେ ପ୍ରସ୍ତୁତ ହୋଇଛି ମା'ଙ୍କ ମେଢ଼ ଓ ମୁକୁଟ । ଆସନ୍ତା ବର୍ଷ ରୋପ୍ୟ ଜୟନ୍ତୀ ପୂଜା ମଣ୍ଡପ ପାଳନ କରିବାକୁ ଯାଉଥିବା ବେଳେ ଜୟନ୍ତୀ ପୂର୍ବରୁ ରୁପାରେ ସୁସଜ୍ଜିତ ହୋଇଛନ୍ତି ମହାମାୟା । ଏହାସହ ଆଜି ମହାଷ୍ଟମୀ ପୂଜା ରହିଥିବା ବେଳେ ଷୋଡଶ ଉପଚାର ବିଧି ପରେ ଚଣ୍ଡୀପାଠ କରାଯାଉଛି । କୁମାରୀ ବେଶରେ ମଧ୍ୟ ମା' ପୂଜା ପାଇବେ ତେଣୁ ଯଥା ରୀତିନୀତି ଅନୁସାରେ ପୂଜା କରାଯାଉଥିବା ବେଳେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି ପୂଜକ । ଆସନ୍ତା ବର୍ଷ ଆହୁରି ଭଲ ଓ ସୁନ୍ଦର ଭାବେ ପୂଜା କରିବା ସହ ଭାଇଚାରାର ଏହି ପର୍ବରେ ସମସ୍ତେ ମିଶି ମା'ଙ୍କୁ ଅଧିକରୁ ଅଧିକ ରୂପରେ ସୁସଜ୍ଜିତ କରିବାର ଯୋଜନା ରଖିଛି କମିଟି  ।

ଏହା ମଧ୍ୟ ପଢ଼ନ୍ତୁ....Durga Puja Special: 300 ବର୍ଷର ପୁରାତନ ମା’ ବଙ୍କବାସୁଳୀ ପୀଠ, ଦେବୀଙ୍କ ଉପାସନା କରନ୍ତି ହିନ୍ଦୁ-ମୁସଲିମ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.