ତାଳଧ୍ବଜ ରଥରେ ଥିବା ଦୁଇଟି ଶୁଆଙ୍କ କଣ ରହିଛି ବିଶେଷତ୍ବ - ବିଶ୍ବ ନିୟନ୍ତାଙ୍କ ଘୋଷଯାତ୍ରା

🎬 Watch Now: Feature Video

thumbnail

By

Published : Jun 20, 2023, 7:55 PM IST

ପୁରୀ: ବିଶ୍ବ ନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦଣ୍ଡ । ଭକ୍ତଙ୍କ ଗହଳିରେ ଚାଲିଛି ମହାପ୍ରଭୁଙ୍କ ରଥଟଣା । ତାଙ୍କ ଚକାନୟନରେ ଭକ୍ତଙ୍କୁ ଚାହିଁ ଚାହିଁ ଆଗକୁ ବଢ଼ି ଚାଲିଛନ୍ତି ମହାପ୍ରଭୁ । ବଡ଼ ଠାକୁର ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ବଜ । ଏହି ରଥର କାଠ ସଂଖ୍ୟା ୭୩୧ ।  ଉଚ୍ଚତା ୪୫ ଫୁଟ ହୋଇଥିବା ବେଳେ ଚକ ସଂଖ୍ୟା ୧୪ ରହିଥାଏ । ବଳଭଦ୍ରଙ୍କ ରଥକୁ ରକ୍ତ ଏବଂ ନୀଳବର୍ଣ୍ଣ ରଙ୍ଗରେ ଆବରଣ କରାଯାଇଥାଏ । ଚଳନ୍ତି ପ୍ରତିମା ହେଲେ ରାମ ଓ କୃଷ୍ଣ । ସେହିପରି ଆୟୁଧ ହେଉଛି ହଳ ଓ ମୂଷଳ । ସାରଥୀ ହେଉଛନ୍ତି ମାତଳି, ରକ୍ଷକ ବାସୁଦେବ ଓ ଭାସ୍କର । ଦଉଡ଼ି ହେଲେ ବାସୁକିନାଗ ଏବଂ ରକ୍ଷକାରିଣୀ ହେଉଛନ୍ତି ଜୟଦୁର୍ଗା । ବଳଭଦ୍ରଙ୍କ ରଥରେ ଦୁଇଟି ଶୁଆ ବସିଛନ୍ତି । ସେମାନେ ହେଲେ ଶ୍ରଦ୍ଧା ଓ ବିଶ୍ବାସ । ବାଇସି ପାହାଚର ପ୍ରଥମ ଦୁଇଟି ପାହାଚକୁ ଶ୍ରଦ୍ଧା ଓ ବିଶ୍ବାସ କୁହାଯାଏ । ବିଶ୍ବାସ ରହିଛି, ଯାହାର ଶ୍ରଦ୍ଧା ଥିବା ସେ ମହାପ୍ରଭୁଙ୍କ ଦର୍ଶନ ପାଇବ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.