thumbnail

By ETV Bharat Odisha Team

Published : Nov 13, 2023, 12:13 PM IST

ETV Bharat / Videos

ବାଣକୁ ଡରି ଘରେ ପଶିଲା ଚିତା, 15 ଘଣ୍ଟା କାଳ ନାକେଦମ ହେଲେ ବନ କର୍ମଚାରୀ

ଚେନ୍ନାଇ: ଗତକାଲି ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ଏହାରି ମଧ୍ୟରେ ତାମିଲନାଡୁର ନୀଳଗିରିସ୍ ଜିଲ୍ଲାରେ ଭୟଭୀତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି । ବାଣକୁ ଡରି ଚିତାବାଘ ଘରେ ପଶିଲା କଲରାପତରିଆ ବାଘ । ଗତକାଲି ରାତି ୩ଟାରେ ପ୍ରବେଶ କରି ୧୫ ଘଣ୍ଟା ପର୍ଯ୍ୟନ୍ତ ବାଘଟି ଲୁଚି ରହିଥିବା ସୂଚନା ମିଳିଥିଲା । ତେବେ ବାଘଟି ଜଣଙ୍କ ଘରେ ପଶିଥିବା ବେଳେ ସେଠାରେ ଥିବା ଏକ ପୋଷା କୁକୁରକୁ ଟାଣି ନେବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ପରିବାର ଲୋକ ବାଘ ପଶିଥିବା ନେଇ ଜାଣି ପ୍ରଥମେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ୩ ଜଣ ଅଗ୍ନିଶମ କର୍ମଚାରୀ, ଜଣେ ସାମ୍ବାଦିକ ଏବଂ ଜିଲ୍ଲା ରାଜସ୍ୱ ବିଭାଗ ଅଧିକାରୀ ବାଘକୁ ଆୟତ କରିବାକୁ ପହଞ୍ଚି ଥିଲେ । ହେଲେ ଏହି ସମୟରେ କଲରା ପତରିଆ ସେମାନଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। 15 ଘଣ୍ଟାର ବିଫଳ ପ୍ରୟାସ ପରେ ବାଘଟି ଘର ବାହାରୁ ଚମ୍ପଟ ମାରିଥିଲା । ବାଘକୁ ଧରିବାକୁ ଯାଇ 6 ଜଣ ଗୁରୁତର ଭବାରେ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଗତ ବର୍ଷ ଅଗଷ୍ଟ ମାସରେ ନୀଳଗିରି ଜିଲ୍ଲାର ମୈନଲାଇରେ ଏକ ଚିତାବାଘ ଜଣେ ପ୍ରବାସୀ ଶ୍ରମିକଙ୍କ ଚାରି ବର୍ଷର ଶିଶୁକୁ ଆକ୍ରମଣ କରିଥିଲା । ଯାହା ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା  । 

ଏହା ମଧ୍ୟ ପଢନ୍ତୁ- ଗାଁ ଦାଣ୍ଡରେ ଖେଳୁଥିଲା କୁନି ଝିଅ, ଟାଣି ନେଇ ଖଣ୍ଡ ଖଣ୍ଡ କଲା ଚିତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.