Wrestlers Protest: ଦିନରେ ବାରିକେଡ ଭାଙ୍ଗି ପଶିଲେ ଚାଷୀ, ସନ୍ଧ୍ୟାରେ ହେଲା ଓ୍ୱେଲ୍ଡିଂ - କୁସ୍ତିଯୋଦ୍ଧାଙ୍କ ସହ ଧାରଣାରେ କୃଷକ

🎬 Watch Now: Feature Video

thumbnail

By

Published : May 8, 2023, 8:09 PM IST

ନୂଆଦିଲ୍ଲୀ: କୁସ୍ତିମହାସଂଘ ମୁଖ୍ୟ ବ୍ରିଜଭୂଷଣଙ୍କ ଗିରଫ ଦାବିରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ଧାରଣା ଆଜି 16ତମ ଦିନରେ ପହଞ୍ଚିଛି । ଗତକାଲି କୃଷକ ନେତା ରାକେଶ ଟିକାୟତ ଓ ଖାପ ପଞ୍ଚାୟତର ସଦସ୍ୟମାନେ ଧାରଣା ସ୍ଥଳରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ଓ ସରକାରଙ୍କୁ ମହଲତ ଦେବା ପରେ ଧିରେ ଧିରେ ଧାରଣାସ୍ଥଳରେ ସମାଗମ ବଢିବାରେ ଲାଗିଛି । ଆଜି ପଞ୍ଜାବ ହରିୟାଣା ସମେତ ବିଭିନ୍ନ ସ୍ଥାନରେ ଖାପ ପଞ୍ଚାୟତ ନେତା ଓ କୃଷକମାନେ ଯନ୍ତରମନ୍ତରରେ ଏକାଠି ହେବାରେ ଲାଗିଛନ୍ତି । ସେମାନେ ପୋଲିସ ଲଗାଇଥିବା ବାରିକେଡକୁ ମଧ୍ୟ ଭାଙ୍ଗି ଫିଙ୍ଗି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର କୃଷକ ଶୋଭାଯାତ୍ରାରେ ଆସିବା ସହ ବାରିକେଡ ଭାଙ୍ଗି ଧାରଣା ସ୍ଥଳରେ ପ୍ରବେଶ କରିଥିଲେ । ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ସହ ବାରିକେଡକୁ ପୁଣି ଲଗାଇବା ସହିତ ଓ୍ୱେଲ୍ଡିଂ କରିଛି । ଗତକାଲି କୁସ୍ତିଯୋଦ୍ଧାମାନେ ସରକାରକୁ 21 ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ ସରକାର ବ୍ରିଜଭୂଷଣଙ୍କୁ ଗିରଫ ନକଲେ, ବ୍ୟାପକ ଆନ୍ଦୋଳନ ହେବା ନେଇ ସେମାନେ ଖୋଲା ଚେତାବନୀ ମଧ୍ୟ ଦେଇସାରିଛନ୍ତି । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.