thumbnail

By ETV Bharat Odisha Team

Published : Nov 15, 2023, 9:38 PM IST

ETV Bharat / Videos

ନୂତନ କୃଷି ସମବାୟ ସମିତି ଗଠନ ଦାବି, ରାସ୍ତା ଅବରୋଧ କଲେ ଶହ ଶହ ଚାଷୀ

ନୂଆପଡା: ନୂତନ କୃଷି ସମବାୟ ସମିତି ଗଠନ ଦାବି ନେଇ ଚାଷୀଙ୍କ ବିକ୍ଷୋଭ । ଏନେଇ ନୂଆପଡ଼ା ଜିଲ୍ଲା ମଖପଦର ଗ୍ରାମପଞ୍ଚାୟତ ଏବଂ ସିଙ୍ଗଝର ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଆଜି ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଗଣ୍ଡାବାହେଲି ଗାଁ ପାଖରେ ରାସ୍ତା ଅବରୋଧ କରିଛନ୍ତି । ଅର୍ଣ୍ଣଦାତା କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ 40 ଗୋଟି ନୂତନ କୃଷି ସମବାୟ ସମିତି ଗଠନ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତିରେ ନୂତନ ସମବାୟ ସମିତି ଗଠନ ପାଇଁ ମାଖାପଦର କ୍ରମିକ ନମ୍ବର 10ରେ ରହିଥିବା ବେଳେ ସିଙ୍ଗଝର କ୍ରମିକ ନମ୍ବର 18ରେ ରହିଥିଲା ।  

ଅପରପକ୍ଷେ ପ୍ରଶାସନ ଜିଲ୍ଲାର ସମସ୍ତ ନୂତନ କୃଷି ସମବାୟ ସମିତି ଗଠନ କରିସାରିଥିବା ବେଳେ ମାଖାପଦର ଏବଂ ସିଙ୍ଗଝରକୁ ଉପେକ୍ଷା କରି ଏଯାଏଁ ସମବାୟ ସମିତି ଗଠନ କଲେନାହିଁ । ସମବାୟ ସମିତି ଗଠନ ପାଇଁ ସରକାରଙ୍କ ନିୟମ ଅନୁସାରେ ଆବଶ୍ୟକୀୟ ସମସ୍ତ କାଗଜାତ ଦାଖଲ କରିବା ପରେ ମଧ୍ୟ କେଉଁ କାରଣରୁ ସମବାୟ ସମିତି ଗଠନ ହେଲାନାହିଁ ବୋଲି ଅଭିଯୋଗ କରିଛନ୍ତି ମାଖାପଦର ଏବଂ ସିଙ୍ଗଝର ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ । ଆଜି ଉତକ୍ଷିପ୍ତ ଦୁଇଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଅଭିନବ ଉପାୟରେ ଲୋକ ବାଦ୍ୟର ତାଳେ ତାଳେ ମହିଳା ଚାଷୀମାନେ ନୃତ୍ୟ କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏନେଇ ଖଡ଼ିଆଳ ସିନାପାଲି ଗମନା ଗମନ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତା ଅବରୋଧ ସ୍ଥାନରେ ସିନାପାଲି ପୋଲିସ ଓ ତହସିଲଦାର ପହଁଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ନୂତନ କୃଷି ସମବାୟ ସମିତି ଗଠନ ଦାବି, ରାସ୍ତା ଅବରୋଧ କଲେ ୨ ପଞ୍ଚାୟତବାସୀ

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.