ନିର୍ମାଣର ଦୁଇ ମାସରେ ଭୁଶୁଡିଲା କେନାଲ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ - ନବନିର୍ମିତ କେନାଲରେ ଘାଇ
🎬 Watch Now: Feature Video
ବୌଦ୍ଧ: ନିମ୍ନମାନର କାର୍ଯ୍ୟ ଯୋଗୁଁ ଭାଙ୍ଗିଲା କେନାଲ । ନବନିର୍ମିତ କେନାଲରେ ଘାଇ ହୋଇ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ତଥା ବିଭାଗୀୟ ଅଧିକାରୀମାନଙ୍କ ତତ୍ତ୍ବାବଧାନର ଅଭାବକୁ ଦାୟୀ କରିଛନ୍ତି । ଏନେଇ ଅଞ୍ଚଳବାସୀ ଜିଲ୍ଲାପାଳ ଓ ଜଳସେଚନ ଅଧିକାରୀଙ୍କୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧର ବସ୍ତମପୁର ଠାରୁ ସିଙ୍ଘାରୀ ପର୍ଯ୍ୟନ୍ତ ସାଲୁଙ୍କୀ ପ୍ରକଳ୍ପରେ ନିର୍ମାଣ କରାଯାଇଥିବା କେନାଲରେ ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗର ସାଲୁଙ୍କୀ ପ୍ରକଳ୍ପରେ ବସ୍ତମପୁର ଠାରୁ ସିଙ୍ଘାରୀ ପର୍ଯ୍ୟନ୍ତ କେନାଲର ପୁନରୁଦ୍ଧାର ପାଇଁ ଗତ ପ୍ରାୟ ଦୁଇମାସ ତଳେ ଗାର୍ଡ ୱାଲ ନିର୍ମାଣ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି କେନାଲର ଗାର୍ଡ ୱାଲ ଭୁଶୁଡି ପଡିବାରୁ ଚାଷଜମିକୁ ଜଳସେଚନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକମାନେ ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଓ ଜଳସେଚନ ବିଭାଗର ଉଦାସୀନତାକୁ ଦାୟୀ କରିଛନ୍ତି । ଗତକାଲି(ଶୁକ୍ରବାର) ବହିରା ପଞ୍ଚାୟତର ଚାଷୀଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଓ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଏହାର ତଦନ୍ତ ତଥା ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Flood Threat: ଗାଁ ବୁଡାଇ ଦେଲା ବନ୍ୟା ଜଳ, ଡଙ୍ଗାରେ ଚାଲିଛି ଯାତାୟତ
ଇଟିଭି ଭାରତ, ବୌଦ୍ଧ