ଶ୍ରୀନଗର: ଜାମ୍ମୁ- କାଶ୍ମୀରର ପୁଞ୍ଚରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । ୫ ଯବାନ ଶହୀଦ, ୫ ଆହତ । ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ ଅଫ କଣ୍ଟ୍ରୋଲ (LoC) ନିକଟ ବାଲନୋଇରେ ବଡ ଧରଣର ଅଘଟଣ ଘଟିଛି । ସେନା ଗାଡି ଗଭୀର ଖାଇକୁ ଖସିପଡିବାରୁ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୫ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ଜାରି ରହିଛି ।
All ranks of #WhiteKnightCorps extend their deepest condolences on the tragic loss of five brave soldiers in a vehicle accident during operational duty in the #Poonch sector.
— White Knight Corps (@Whiteknight_IA) December 24, 2024
Rescue operations are ongoing, and the injured personnel are receiving medical care.@adgpi…
ସେନା ଗାଡି ଦୁର୍ଘଟଣା:
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ପୁଞ୍ଚରେ ସେନା ଗାଡି ଗଭୀର ଖାଇକୁ ଖସିପଡିବାରୁ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଁଛି । ଏନେଇ ହ୍ୱାଇଟ ନାଇଟ କ୍ରପ୍ସର ମୁଖପାତ୍ର ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଲେଖିଛନ୍ତି, "ପୁଞ୍ଚ ସେକ୍ଟରରେ ଅପରେସନାଲ ଡ୍ୟୁଟି ସମୟରେ ହୋଇଥିବା ଗାଡି ଦୁର୍ଘଟଣାରେ ଶହୀଦ ୫ ବୀର ଯବାନଙ୍କ ପାଇଁ ହ୍ୱାଇଟ ନାଇଟ କ୍ରପ୍ସ ଗଭୀର ଶୋକ ପ୍ରକାଶ କରୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତ ଯବାନମାନଙ୍କର ଚିକିତ୍ସା ଚାଲିଛି ।"
Deeply anguished by the terrible news of the martyrdom of five of our brave Indian Army soldiers in a vehicle tragedy in Poonch district of Jammu and Kashmir.
— Mallikarjun Kharge (@kharge) December 24, 2024
Our heartfelt condolences to the families of our bravehearts. We salute their sacrifice and selfless service to the…
୫ ଯବାନ ଶହୀଦ:
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ," ପୁଞ୍ଚ ଅଞ୍ଚଳରେ ଯବାନମାନଙ୍କ ଅପରେସନାଲ ଡ୍ୟୁଟି ସମୟରେ ଗଭୀର ଖାଇକୁ ଯବାନଙ୍କ ଗାଡି ଖସିପଡିଥିଲା । ଦୁର୍ଘଟଣା ଘଟିବାର ତୁରନ୍ତ ପରେ ସେଠାରେ ସ୍ଥାନୀୟ ପୋଲିସ ଓ ଭାରତୀୟ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ କ୍ୟାମ୍ପକୁ ନିଆଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ଗାଡି ଡ୍ରାଇଭରଙ୍କୁ ମିଶାଇ ସେନା ଗାଡି ମଧ୍ୟରେ ୧୦ ଜଣ ଯବାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ପୂର୍ବରୁ ମଧ୍ୟ ପୁଞ୍ଚରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି ।
#LtGenMVSuchindraKumar #ArmyCdrNC and All Ranks of #DhruvaCommand extend deepest condolences on the tragic loss of five brave soldiers. #DhruvaCommand stands firm with the bereaved families in this hour of grief. https://t.co/6hU2Z6jvxh
— NORTHERN COMMAND - INDIAN ARMY (@NorthernComd_IA) December 24, 2024
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ