ପୁରୀ: ବିଶ୍ବ ରେକର୍ଡ଼ରେ ସ୍ଥାନ ପାଇଲା ସୁଦର୍ଶନ ପଟ୍ଟନାୟକଙ୍କ ଚକୋଲେଟ ସାଣ୍ଟାକ୍ଲଜ । କ୍ରିସମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ବିଶ୍ଵର ସବୁଠୁ ବଡ ଚକୋଲେଟ ସାଣ୍ଟାକ୍ଲଜ ତିଆରି କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହା ବିଶ୍ଵ ରେକର୍ଡ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
ରେକର୍ଡ କଲା ସୁଦର୍ଶନଙ୍କ ସାଣ୍ଟାକ୍ଲଜ :
ଏହି ବାଲୁକା ଚିତ୍ର କଳା ୱାର୍ଲ୍ଡ ରେକର୍ଡ ବୁକ୍ ଅଫ ଇଣ୍ଡିଆରେ ସ୍ଥାନ ପାଇଛି । 16 ହଜାର ବର୍ଗ ଫୁଟରେ ଏହି ବିଶାଳ ବାଲୁକା କଳା କରାଯାଇଥିବାବେଳେ ଏହାର ଲମ୍ବ 160 ଫୁଟ ଓ ଓସାର 100 ଫୁଟ୍ ରହିଛି । 550 କେଜି ଚକୋଲେଟରେ ସଜାଯାଇଛି ଏହି ଚକୋଲେଟ ସାନ୍ତାକ୍ଲଜକୁ । ଯେହେତୁ ବିଶ୍ଵରେ ଏଭଳି ବଡ ଚକୋଲେଟ ସାନ୍ତାକ୍ଲଜ ହୋଇନାହିଁ ତେଣୁ ଏହା ବିଶ୍ଵ ରେକର୍ଡରେ ସ୍ଥାନ ପାଇବ ବୋଲି ସୁଦର୍ଶନ ଆଶା ରଖିଥିଲେ ।
ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଆମେ ପ୍ରତିବର୍ଷ କ୍ରିସମାସ ଅବସରରେ ବାଲୁକା ଚିତ୍ର କଳା ତିଆରି କରୁ । ଚଳିତ ଥର ମୁଁ ଏବଂ ମୋ ସ୍କୁଲର ଛାତ୍ର ଛାତ୍ରୀ ମିଶି ପୃଥିବୀର ସବୁଠୁ ବଡ ଚକଲେଟ ସାନ୍ତାକ୍ଲଜ କରିଛୁ । 16 ହଜାର ସ୍କୋୟାର ଫୁଟରେ ଏହି ବିଶାଳ ବାଲୁକା ଚିତ୍ର କଳା ତିଆରି କରିଛୁ । 160 ଫୁଟ ଲମ୍ବା ଓ 100 ଫୁଟ ଲମ୍ବା ରହିଛି ଏହି ବିଶାଳ ଚକୋଲେଟ ସାନ୍ତାକ୍ଲଜ । ଦୀର୍ଘ 6 ଘଣ୍ଟା ସମୟ ଲାଗିଥିଲା ଏହାକୁ ତିଆରି କରିବାକୁ । ଯେଉଁମାନେ ପୁରୀର ବ୍ଲୁ ଫ୍ଲାଗ ବିଚ୍ ବୁଲିବାକୁ ଆସୁଛନ୍ତି ସେମାନେ ବିଶ୍ଵର ସବୁଠୁ ବଡ଼ ସାନ୍ତାକ୍ଲଜ ଦେଖିପାରିବେ। ତେବେ ଏହି ସାନ୍ତାକ୍ଲଜକୁ ୱାଲ୍ଡ ବୁକ୍ ଅଫ ରେକର୍ଡରେ ସ୍ଥାନ ଦେବାକୁ ଆମେ ପ୍ରୟାସ କରିଛୁ । କାରଣ ଚକୋଲେଟ ଓ ବାଲିକୁ ନେଇ ବିଶ୍ଵରେ କେଉଁଠାରେ ଏଭଳି ବଡ଼ ସାଣ୍ଟା ନାହିଁ ।
ଏହାମଧ୍ୟ ପଢନ୍ତୁ.. ବାଲୁକା କଳାରେ ୭୩ଟି ତବଲା, ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ କୋଣାର୍କ ବାଲୁକା କଳା ମହୋତ୍ସବ, ବୁଦ୍ଧ ଶାନ୍ତି ସ୍ତୁପ ଦେଖି ପର୍ଯ୍ୟଟକ ବିମୋହିତ |
ଇଟିଭି ଭାରତ, ପୁରୀ