ବିଶ୍ବକପ ଫାଇନାଲ ଫାଇଟ: ଟିମ୍‌ ଇଣ୍ଡିଆକୁ ଚିୟର୍‌ ଅପ୍‌ କଲେ କୁନି କୁନି ପ୍ରଶଂସକ

By ETV Bharat Odisha Team

Published : Nov 19, 2023, 3:41 PM IST

thumbnail

ଭୁବନେଶ୍ବର: ସବୁଠି କ୍ରିକେଟ୍ ଫିଭର । ବିଶ୍ୱକପ ପାଇଁ ଭାରତୀୟଙ୍କ ମଧ୍ୟରେ ଢେର ଉତ୍ସାହ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ବିଜୟକୁ ନେଇ ସବୁ ଭାରତୀୟଙ୍କ ମନରେ ଉତ୍ସାହ ବଢୁଛି । ଭୁବନେଶ୍ୱରରେ ମଧ୍ୟ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ରହିଛନ୍ତି । ବନ୍ଦେ ମାତରଂ ଟିମ ପକ୍ଷରୁ ଲୋୟର ପିଏମଜି ଠାରେ ବିଶ୍ୱକପର ବିଜୟ ପାଇଁ ଶୁଭେଚ୍ଛା ଜଣାଯାଇଛି । ହାତରେ ବିଶ୍ୱକପର ପ୍ରତିକୃତି ଧରି ଭାରତୀୟ ଦଳ ପାଇଁ ସମସ୍ତେ ଚିୟର ଅପ କରିଛନ୍ତି । 

ଏହା ବି ପଢନ୍ତୁ...ବିଶ୍ୱକପ ଫାଇନାଲରେ କାହାର ପଲ୍ଲା ରହିବ ଭାରି, ଏମିତି କହିଲେ ପ୍ରଶଂସକ

ଲୋୟର ପିଏମଜିଠାରେ 'ଜିତେଗା ଭାଇ...ଜିତେଗା, ଟିମ ଇଣ୍ଡିଆ.... ଜିତେଗା' ନାରା ଶୁଭୁଛି । ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁ ଆଉ ୱାର୍ଲଡ କପ୍ ଟ୍ରଫି ନେଇକି ଆସୁ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ଏନେଇ ବନ୍ଦେମାତରଂ ଟିମ ଲୋୟର ପିଏମଜିଠାରେ ବିଶ୍ୱକପର ବିଜୟ ପାଇଁ ଭାରତକୁ ଚିୟର ଅପ୍ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.