କଟକରୁ ଅଷ୍ଟ୍ରେଲିଆ ଗଲା ଶୁଭେଚ୍ଛା, ମହାନଦୀରେ କୋହଲିଙ୍କ ଜନ୍ମଦିନ ସେଲିବ୍ରେସନ, କାଟିଲେ କେକ୍
🎬 Watch Now: Feature Video
କଟକ: ଦୀର୍ଘଦିନ ପରେ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି କ୍ରିକେଟର କିଙ୍ଗ୍ ବିରାଟ କୋହଲି । ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜାରି ରହିଥିବା ଟି-୨୦ ବିଶ୍ବକପରେ ନିଜର ଦମଦାର ପ୍ରଦର୍ଶନ ଦେଖାଉଛନ୍ତି ରନ ମେସିନ କୋହଲି । ତେବେ ଆସନ୍ତାକାଲି ବିରାଟ ୩୪ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି । ଏନେଇ ସାରା ବିଶ୍ବରୁ ଛୁଟିଲାଣି ଶୁଭେଚ୍ଛାର ସୁଅ । ତେବେ ପ୍ରସିଦ୍ଧ ଓଡ଼ିଆ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ ପକ୍ଷରୁ ମଧ୍ୟ ବିରାଟଙ୍କ ନିକଟକୁ ଯାଇଛି ଜନ୍ମଦିନର ନିଆରା ଶୁଭେଚ୍ଛା ବାର୍ତ୍ତା । କଟକ ମହାନଦୀରେ ଥିବା ନନ୍ଦିକେଶରୀ ପଠାର ଗଭୀର ଜଳରାଶିରେ ବିରାଟଙ୍କ ଫଟୋ ରଖି କେକ କାଟିବା ସହ ବାଣ ଫୁଟାଇ ଟିମ ପକ୍ଷରୁ ଏହି ଶୁଭେଚ୍ଛା ଦିଆଯାଇଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:31 PM IST