ଖାଇଫୋଡ ପର୍ବ: ପିଠିରେ କଣ୍ଟା ଫୁଟାଇ ଖାଇରେ ଝୁଲିଲେ ପାଟୁଆ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ - ପିଠିରେ କଣ୍ଟା ଲଗାଇ ଖାଇରେ ଝୁଲିଲେ ମନସିକଧାରୀ

🎬 Watch Now: Feature Video

thumbnail

By

Published : Apr 14, 2023, 10:04 PM IST

ପୁରୀ: ପଣା ସଂକ୍ରାନ୍ତିରେ ସତ୍ୟବାଦୀର ଭୀଇଁପୁର ଗ୍ରାମରେ ପାଳନ ହୁଏ ଖାଇ ଫୋଡ ପର୍ବ। ଏହି ପର୍ବ ଆତ୍ୟନ୍ତ ନିଆରା ଏବଂ ଆଶ୍ଟର୍ଯ୍ୟକର । ଗ୍ରାମର ଆରାଧ୍ୟ ଦେବୀ ମା’ ଗଡଚଣ୍ଡି ପୀଠରେ ମନସିକଧାରୀମାନେ ମାନସିକ କରିଥାନ୍ତି। ମାମସିକ ପୂରଣ ହେବା ପରେ ସ୍ବଇଚ୍ଛାରେ ଖାଇଫୋଡରେ ଭାଗ ନେଇଥାନ୍ତି। ପ୍ରତ୍ୟେକ ବର୍ଷ ମାନସିକଧାରୀମାନେ (ପାଟୁଆ) ଏକ ମାସ ଆଗରୁ ହିଁ ଏହି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଏହି ପର୍ବରେ ପିଠିରେ କଣ୍ଟା ଫୋଡି 30 ଫୁଟ ଉଚ୍ଚ ଖାଇ (22 ହାତ ଖାଇ ଦଣ୍ଡା)ରେ ଝୁଲିଥାନ୍ତି। ପ୍ରବଳ ରୌଦତାପ ସତ୍ତ୍ଵେ ଏହାକୁ ଖାତିର ନ କରି ମଧ୍ୟ ଅତି ନିଷ୍ଠାରେ ଏହାକୁ ପାଳନ କରିଛନ୍ତି ମାନସିକ ଧାରୀ। ଖାଇ ଫୋଡ ଉତ୍ସବକୁ ନେଇ ଦେଖିବାକୁ ମିଳିଥିଲା ନାହିଁ ନଥିବ ଭିଡ । ମହାବିଷ୍ଣୁବ ସଂକ୍ରାନ୍ତି ଦିନ ମନ୍ଦିର ସମ୍ମୁଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଥାନ୍ତି ମାନସିକଧରୀ। ମା’ ଗଡ ଗଣ୍ଡିଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଖାଇଫୋଡର ଆରମ୍ଭ କରିଥାନ୍ତି କାଳେସି । କାଳେସୀ ପ୍ରଥମେ ଖାଇରେ ଝୁଲାବା ପରେ ମାନସିକଧାରୀ ମାନେ ଏହି କାର୍ଯ୍ଯ କରିଥାନ୍ତି। ମାନ୍ୟତା ଅନୁଯାୟୀ, କାଳିସୀ ଦ୍ଵାରା ଖାଇରେ ଝୁଲିବା ଅବସ୍ଥାରେ ଫିଙ୍ଗା ଯାଉଥିବା ଅ।ମ୍ଵ ଓ ଖଜୁରୀ କୋଳି ମହିଳାମାନେ ଖାଇଲେ ସେମାନେ ସନ୍ତାନ ପ୍ରାପ୍ତି କରିଥାନ୍ତି । କାଳିସୀ ପିଲାଙ୍କୁ ଧରି ଖାଇରେ ଝୁଲିଲେ ସେମାନଙ୍କର ମଙ୍ଗଳ କାମନା ସହିତ ରୋଗ ମୁକ୍ତ ହେବାର ବିଶ୍ଵାସ ରହିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.