VIRAL VIDEO: ମଝି ରାସ୍ତାରେ ଝିଅର ଜନ୍ମଦିନ ପାଳିଲେ ପରିବାର - ଆଗ୍ରା ଭାଇରାଲ ଭିଡିଓ
🎬 Watch Now: Feature Video
ଲକ୍ଷ୍ନୌ: ମଝି ରାସ୍ତାରେ ରଖା ହୋଇଥିଲା କାର । ଆଉ ଚାଲିଥିଲା କେକ୍ କଟିଂ । ଖାଲି ସେତିକି ନୁହେଁ, ଏହାସହିତ ବାଜୁଥିଲା ଗୀତ । ଝିଅର ଜନ୍ମଦିନ ପାଳିଲେ ଏପରି ଟ୍ରାଫିକ ନିୟମକୁ ଉଲ୍ଲଘଂନ କରିଛନ୍ତି ପରିବାର । ତାଜନଗରୀ ଆଗ୍ରାରୁ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ରାସ୍ତାରେ ଯାଉଥିବା ଲୋକମାନେ ଏପରି କରିବାକୁ ପରିବାରକୁ ବାରଣ କରିଥିଲେ, ସେତେବେଳେ ପରିବାରର ଜଣେ ସଦସ୍ୟ କହିଥିଲେ, "କିଛି କଥା ନାହିଁ । ଚାଲାଣ ବି ଦେବାକୁ ଆମେ ପ୍ରସ୍ତୁତ । ଯେତେବେଳେ ଚାଲାଣ କଟିବ ସେତେବେଳେ ଆମେ ଫେମସ୍ ହୋଇଯିବୁ ।" ପରିବାର ରାସ୍ତା ମଝିରେ କେକ୍ କଟିଂ ସମୟରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଭାଇରାଲ ଭିଡିଓରେ କାରର୍ ନମ୍ବର ପ୍ଲେଟ ମଧ୍ୟ ରେକର୍ଡ ହୋଇଛି । ସୂଚନା ଅନୁସାରେ ଏହି ଭିଡିଓଟି ଆଗ୍ରା ଜିଲ୍ଲାର ବ୍ୟସ୍ତତମ ଚୌରାହା ଭଗବାନ ଟକିଜ୍ ଫ୍ଲାଇଓଭର ନିକଟର ବୋଲି ଜଣାପଡ଼ିଛି ।