‘ଏକଜିଟ ପୋଲ 100 ପ୍ରତିଶତ ଠିକ ନୁହେଁ, ଆମେ ହିଁ ସରକାର କରିବୁ’

🎬 Watch Now: Feature Video

thumbnail

ବେଙ୍ଗାଲୁରୁ: ଆଜି ଭୋଟିଂ ଶେଷ ହେବା ପରେ ଏକାଧିକ ଗଣମାଧ୍ୟମ ସଂସ୍ଥା ବୁଥ ବାହୁଡା ଜନମତ ସର୍ଭେ ବା ଏକଜିଟ ପୋଲ ପୂର୍ବାକଳନ ପ୍ରକାଶ କରିଛନ୍ତି । ଏଥିରେ ବିଜେପି କିମ୍ବା କଂଗ୍ରେସ ଉଭୟ ବହୁମତ ଠାରୁ ପଛରେ ରହିଛନ୍ତି । କିନ୍ତୁ ସଂଖ୍ୟା ଗରିଷ୍ଠତା ନପାଇଲେ ମଧ୍ୟ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଆସନ ସଂଖ୍ୟାରେ କଂଗ୍ରେସଠାରୁ ପଛରେ ପଡିବାରେ । ଏହି ସମୀକରଣ ସତ୍ୟ ପ୍ରମାଣିତ ହେଲେ ଏଚ.ଡି କୁମାରାସ୍ବାମୀ ମୁଖ୍ୟମନ୍ତ୍ରୀ ଦାବିଦାର ହୋଇପାରନ୍ତି । କାରଣ ତାଙ୍କ ନେତୃତ୍ବାଧୀନ ଜେଡିଏସ ହିଁ 20ରୁ 25 ଆସନ ସହ ସରକାର ଗଠନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ତେବେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଏକଜିଟ ପୋଲର ଏହି ଆକଳନକୁ ସ୍ବୀକାର କରିନାହାନ୍ତି । କହିଛନ୍ତି ଏକଜିଟ ପୋଲ କେବେ 100 ପ୍ରତିଶତ ସଠିକ୍‌ ହୋଇପାରିବ ନାହିଁ । ରାଜ୍ୟରେ ବିଜେପି ହିଁ କ୍ଷମତା ବଜାୟ ରଖିବ । ଶୁଣନ୍ତୁ କ’ଣ କହୁଛନ୍ତି ବୋମ୍ମାଇ ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.