Digital Dialogue: ଓ୍ବାନ ନେସନ ଓ୍ବାନ ଇଲେକସନ ସମ୍ଭବ ନୁହେଁ: ପଞ୍ଚାନନ - ପଞ୍ଚାନନ କାନୁନଗୋଙ୍କ ସହ ସାକ୍ଷାତକାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 9, 2023, 8:26 PM IST

ଭୁବନେଶ୍ବର: ଭାରତ ଭଳି ଦେଶରେ ଓ୍ବାନ ନେସନ ଓ୍ବାନ ଇଲେକସନ ସମ୍ଭବ ନୁହେଁ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ପଞ୍ଚାନନ କହିଛନ୍ତି 2017 ମସିହାରେ ଓ୍ବାନ ନେସନ ଓ୍ବାନ ଟାକ୍ସ ଲାଗୁ କରିଥିଲେ କେନ୍ଦ୍ର ସରକାର । ଲାଗୁ ହେବାର 6 ବର୍ଷ ବିତିଗଲାଣି । ଏବେ କଣ ଲୋକେ ଗୋଟିଏ ଟାକ୍ସ ଦେଉଛନ୍ତି କି?  ଏବେବି ଲୋକଙ୍କୁ 7 ପ୍ରକାରର ଟାକ୍ସ ଦେବାକୁ ପଡୁଛି । ପୁଣି ପେଟ୍ରୋଲ ଓ ଡିଜେଲ ପାଇଁ ଅଲଗା ଅଲଗା ଭାଟ ଦେବାକୁ ପଡୁଛି ବିଭିନ୍ନ ରାଜ୍ୟରେ । ଏହା ଯେପରି ସମ୍ଭବ ହେଲା ନାହିଁ ଠିକ ସେହି ପରି ଓ୍ବାନ ନେସନ ଓ୍ବାନ ଇଲେକସନ ସମ୍ଭବ ନୁହେଁ । ଓ୍ବାନ ନେସନ ଓ୍ବାନ ରାସନ ଯୋଜନା ସରକାର ଆରମ୍ଭ କରିଥିଲେ । ଏହା ମଧ୍ୟ ସୁଚାରୁରୁପେ ଚାଲିପାରିଲା ନାହିଁ । ଠିକ ସେହି ପରି ଓ୍ବାନ ନେସନ ଓ୍ବାନ ଇଲେକସନ ହୋଇପାରିବ ନାହିଁ । ଯଦି ଓ୍ବାନ ନେସନ ଓ୍ବାନ ଇଲେକସନ ହେଲା , କୌଣସି ରାଜ୍ୟରେ ସରକାର ଗଠନ ହେଲା ଏବଂ କୌଣସି କାରଣ ପାଇଁ ସରକାର ଭାଙ୍ଗିଗଲା । ତେବେ କଣ କରାଯିବ । ଏହାର ବିକଳ୍ପ ବାଟ ଚିନ୍ତା କରାଯାଇଛି କି ?  ବିଜେପି କହୁଛନ୍ତି ଏହାର ବାଟ ବାହାରିବ ସେ ବାଟଟା କଣ ସେକଥା କେନ୍ଦ୍ର ସରକାର ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ପଞ୍ଚାନନ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.