thumbnail

By

Published : Feb 25, 2023, 6:22 PM IST

ETV Bharat / Videos

Digital Dialogue: ‘ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ମୁଁ ଗ୍ରହଣ କରୁନାହିଁ, ମୁଖ୍ୟମନ୍ତ୍ରୀ ଗୃହରେ ମିଛ କହିଛନ୍ତି’

ଭୁବନେଶ୍ବର:  ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ଘନଘନ ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଘଟଣା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସହ ଆକ୍ରମଣକୁ ତୀବ୍ର କରିବାରେ ଲାଗିଛନ୍ତି ଜୟ । ବିଧାନସଭାରେ ମଧ୍ୟ ଜୟଙ୍କ ସ୍ବର ଶାଣିତ  ହୋଇଛି । ଜୟଙ୍କ ଆକ୍ରମଣରେ ରାଜ୍ୟ ସରକାର ଏକ ପ୍ରକାଶ ଅଣନିଶ୍ବାସୀ ହୋଇପଡିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାରେ ବିଜେପିର ଏହି ଫାୟାରବ୍ରାଣ୍ଡ ବିଧାୟକ ତଥା  ବିରୋଧୀ ଦଳନେତା । ଗଣମାଧ୍ୟମର ଶିରୋନାମାରେ ଥିବା ଜୟଙ୍କୁ ନେଇ ଚଳିତ ସପ୍ତାହର ଡିଜିଟାଲ ଡାଏଲଗ । ଡିଜିଟାଲ ଡାଏଲଗକୁ  ସାକ୍ଷାତକାର ଦେଇ ଜୟ  କହିଛନ୍ତି ରାଜ୍ୟ ସରକାର ନବ ଦାସଙ୍କ ହତ୍ୟାକ ଲୁଚାଉଛନ୍ତି । ନବ ଦାସଙ୍କ ହତ୍ୟା କେତେବେଳେ ହେଲା, ପ୍ରକୃତ ମୃତ୍ୟୁ ସମୟ ସରକାର ଲୁଚାଉଛନ୍ତି ।

ଜୟ ଅଭିଯୋଗ କରି  କହିଛନ୍ତି, ‘‘ନବଙ୍କୁ ଭୁବନେଶ୍ବର ଆଣିବା ବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଯଦି ନବ ଜୀବିତ ଥିଲେ, ଝାରସୁଗୁଡାରେ କାହିଁକି ବ୍ଲଡ ସହ ଅକ୍ସିଜେନ ଦିଆଯାଇନଥିଲା । ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥା  ଖସାଇ ଦେବାକୁ ରାସ୍ତା ବାହାର କରୁଛି ।’’ ଜୟ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଅଭିଯୁକ୍ତ ଗୋପାଳକୁ ଯେଉଁ ମାନସିକ ରୋଗୀ ଦର୍ଶାଯାଉଛି ତାହା ପ୍ରାୟୋଜିତ । କାରଣ ହତ୍ୟାକାଣ୍ଡର କିଛି ସମୟ ପରେ ପରେ ଗୋପାଳର ଡାକ୍ତର ଗଣମାଧ୍ୟମକୁ ଆସି କହିଲେ ସେ (ଗୋପାଳ) ଜଣେ ମାନସିକ ରୋଗୀ । ଜୟ ପ୍ରଶ୍ନ କରିଛନ୍ତି ଡାକ୍ତରଙ୍କ ପାଖକୁ ଅନେକ ରୋଗୀ ଆସନ୍ତି । ନିର୍ଦ୍ଦିଷ୍ଟ ଭାବେ ଗୋପାଳଙ୍କୁ ଡାକ୍ତର ମନେ ରଖିଲେ କେମିତି । ବଡ କଥା ହେଉଛି ହତ୍ୟା ପରେ ପରେ ଡାକ୍ତରଙ୍କ ପାଖକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯାଉଛନ୍ତି । ପ୍ରଶ୍ନ ଉଠୁଛି ଡାକ୍ତରଙ୍କୁ ଗଣମାଧ୍ୟମ ପ୍ରତିନିଧି ଜାଣିଲେ କେମିତି ?

ଜୟ ଆହୁରି କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଯେଉଁ ତଦନ୍ତ ଚାଲିଛି ତାହାକୁ ଆମେ ଗ୍ରହଣ କରୁନାହୁଁ । ତଦନ୍ତ ସଠିକ ଦିଗରେ ହେଉନାହିଁ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେଉଁ ଉତ୍ତର ରଖିଲେ କୌଣସି ବ୍ୟକ୍ତିର ଲିଖିତ ଉତ୍ତର ପଢିଦେଲେ । ମୁଖ୍ୟମନ୍ତ୍ରୀ କହିପାରିବେ  ନାହିଁ ଘଟଣାକୁ ନେଇ ଚାଲିଛି କଣ । କାରଣ ମୁଖ୍ୟମନ୍ତ୍ରୀ ଗୃହକୁ ମିଛ କହିଛନ୍ତି । ଉତ୍ତର ଦେବା ପରିବର୍ତ୍ତେ ବିଜେପିକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଏହା କୋର୍ଟ ମନିଟର୍ଡ ତଦନ୍ତ । କିନ୍ତୁ ବାସ୍ତବରେ ଏହା କୋର୍ଟ ମନିଟର୍ଡ ତଦନ୍ତ ନୁହେଁ । ସରକାର କୋର୍ଟ ମନିଟର୍ଡ  କହି ଭୂଆଁ ବୁଲାଉଛନ୍ତି ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯେଉଁ ଉତ୍ତର ଦେଲେ ସେମିତ ହୁଏ ନାହିଁ ।  ଗୃହରେ ଆଲୋଚନା ହେଲେ, ନିର୍ଦ୍ଦିଷ୍ଟ ଭାବେ କେଉଁ ବିଧାୟକ କେଉଁ ପ୍ରଶ୍ନ କଲେ, କିଏ କେଉଁ ଉଦବେଗ ପ୍ରକାଶ କଲେ ନିର୍ଦ୍ଦିଷ୍ଟ ଭାବେ ତାହା ଉତ୍ତର ଦିଆଯାଇଥାଏ । ହେଲେ ଏଠି ଏକ ଲିଖିତ ଉତ୍ତର ଦେଇ କାମ ସାରିଦେଲେ ।

ଇଟିଭି  ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.