thumbnail

By ETV Bharat Odisha Team

Published : Sep 2, 2023, 4:28 PM IST

ETV Bharat / Videos

Digital Dialogue: ସୌର ଝଡ ଏବଂ କରୋନା ଡିସଚାର୍ଜର ରହସ୍ୟ ଖୋଜିବ Aditya L1: ପୂର୍ବତନ ଇସ୍ରୋ ବୈଜ୍ଞାନିକ

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3ର ସଫଳ ଅବତରଣ ପରେ ଏବେ ଇସ୍ରୋର ମିଶନ ସୂର୍ଯ୍ୟ । ଆଜି ଶ୍ରୀହରି କୋଟା ସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-1 ମିଶନ ଲଞ୍ଚ ହୋଇଛି । ଆଦିତ୍ୟ ଏଲ-1 ମିଶନ ମୁଖ୍ୟତଃ କରୋନା ଡିସଚାର୍ଜର ରହସ୍ୟ ଖୋଲିବ ।  ଏହି ମିଶନ ହେଉଛି ସୂର୍ଯ୍ୟ ଉପରେ ଏକ ଉନ୍ନତ ମାନର ବୈଜ୍ଞାନିକ ଗବେଷଣା । ଅନ୍ୟାନ୍ୟ ଗବେଷଣା ସହିତ କରୋନା ଡିସଚାର୍ଜର ରହସ୍ୟ ଉନ୍ମୋଚନ କରିବ । ବିଶେଷ କରି କରୋନାର ତାପମାତ୍ରା 2ମିଲିୟନ ଡିଗ୍ରୀ ଫାରେନାଇଟ ରହିଥିବା ବେଳେ 1000ରୁ 1600 କିଲୋମିଟର ଭିତରକୁ ଗଲେ ଏହା ତାପମାତ୍ରା 10,000 ଡିଗ୍ରୀ ଫାରେନହାଇଟ ହୋଇଯାଉଛି । ତାପମାତ୍ରାରେ ଦେଖାଯାଉଥିବା ଏହି ତାରତମ୍ୟ ବିଷୟରେ ଅଧ୍ୟୟନ କରିବ ଆଦିତ୍ୟ ଏଲ-1 । ଏହା ଲାଗ୍ରାଞ୍ଜ  ପଏଣ୍ଟରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କ୍ୟାନସଲ ହୋଇଯାଉଛି । ତେଣୁ କୌଣସି ଏକଲିପ୍ସ ଅଧ୍ୟୟନରେ ବାଧା ସୃଷ୍ଟି କରିପାରିବ ନାହିଁ । ଆଦିତ୍ୟ ଏଲ-1 ଏକ ରିଙ୍ଗ ଆକାରର ପଥରେ ସୂର୍ଯ୍ୟ ଚାରିପଟେ ବୁଲି ଅନୁଶୀଳନ କରିବ । ସୂର୍ଯ୍ୟଙ୍କ ଠାରୁ ପ୍ରତି ମୁହୁର୍ତ୍ତରେ ନିର୍ଗତ ରଶ୍ମି ଏବଂ ଏହାର ପ୍ରଭାବ ଉପରେ ଗବେଷଣା କରିବ ଆଦିତ୍ୟ ଏଲ-1 । ସୂର୍ଯ୍ୟରେ ଏତେ ଉତ୍ତାପ କେମିତି ସୃଷ୍ଟି ହେଉଛି ଏବଂ ପୃଥିବୀ ପୃଷ୍ଠରେ ସେତିକି ଉତ୍ତାପ ଉତ୍ପନ୍ନ କରାଯାଇପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରିବ ଆଦିତ୍ୟ ଏଲ-1 । 7ଟି ପେଲୋଡର ସହାୟତାରେ ଏହା ସୂର୍ଯ୍ୟରେ ଲୁଚିରହିଥିବା ଅନେକ ରହସ୍ୟର ଉନ୍ମୋଚନ କରିବ ।  ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଇସ୍ରୋର ପୂର୍ବତନ ବୈଜ୍ଞାନିକ ଅଶୋକ କୁମାର ରଥ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । 

ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.