Watch Interview: ଫାଇଲେରିଆ ରୋଗର ଲକ୍ଷଣ କଣ, ନିରାକରଣ ନେଇ କଣ କହୁଛନ୍ତି ଡାକ୍ତର

By

Published : Aug 9, 2023, 2:16 PM IST

thumbnail

ବ୍ରହ୍ମପୁର: ଫାଇଲେରିଆ ନିରାକାରଣ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ । ଏନେଇ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ । ତେବେ ଗତ ୧୯ ବର୍ଷ ଧରି ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାରା ରାଜ୍ୟରେ ଜାରି ରହିଛି ଏହାର ଉଦ୍ୟମ । ସାମୁହିକ ଔଷଧ ସେବନ ପାଇଁ ଔଷଧ ବଟିକା ବଣ୍ଟନ କରାଯାଉଛି । ହେଲେ ଏହାର ସଂପୂର୍ଣ୍ଣ ସୁଫଳ ମିଳିପାରୁନଥିବା ବେଳେ ପ୍ରତ୍ୟେକ ବର୍ଷ ବହୁ ବ୍ୟକ୍ତି ବିଶେଷ ଫାଇଲେରିଆରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଫାଇଲେରିଆ ରୋଗ ହେବାର ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣ ମାନ ଦେଖାଯାଇଥାଏ । ଯେପରି ଜ୍ୱର ଆସିବା, ଦେହ ହାତ ଘୋଳା ବିନ୍ଧା ହେବା, ଚର୍ମରେ ଲାଲ ଦାଗ ପଡିବା ଭଳି ଲକ୍ଷଣ ଦେଖାଦେବା ସହିତ ପର୍ଯ୍ୟାୟ କ୍ରମେ ଗୋଡ ଫୁଲିବା, ହାତ ଫୁଲିବା ଓ ଗୋଦର ଗୋଡ ହେବା ଲକ୍ଷଣ ଦେଖାଯାଏ । ଏପରିକି ପ୍ରଥମ ଅବସ୍ଥାରୁ ଉପଯୁକ୍ତ ଯତ୍ନ ନ ନେଲେ ଏହାର ଫୁଲା କମେ ନାହିଁ ଓ ଅଙ୍ଗଟି ଅକାମୀ ହୋଇଯାଇଥାଏ । ଏଣୁ ଏଭଳି ରୋଗର ନିରାକାରଣ ପାଇଁ ସାମୁହିକ ଔଷଧ ସେବନ କରିବା ଏବଂ ରୋଗୀ ମାନଙ୍କ ଗୋଦର ଗୋଡର ଯତ୍ନ ନେବାର ଆବଶ୍ୟକତା ରହିଛି । ତେବେ ଫାଇଲେରିଆ ରୋଗର ନିରାକରଣ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଚିକିତ୍ସକ ଡାକ୍ତର ସନ୍ତୋଷ କୁମାର ପାଢୀଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦାଦାତା ସମୀର ଆଚାର୍ଯ୍ୟ ।  

   ଏହା ମଧ୍ୟ ପଢନ୍ତୁ- ଫାଇଲେରିଆ ନିରାକରଣ ଅଭିଯାନ; ପ୍ରଥମେ ଔଷଧ ସେବନ କରି ଉଦାହରଣ ସୃଷ୍ଟି କଲେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଇଟିଭି ଭାରତ, ବ୍ରହ୍ମପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.