ଦୂର ହେବ ରକ୍ତର ଅଭାବ, ଖବର ପ୍ରସାରଣ ପରେ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତଦାତା - ଖରାଦିନେ ରକ୍ତ ସଂଙ୍କଟ

🎬 Watch Now: Feature Video

thumbnail

By

Published : May 14, 2023, 9:42 PM IST

ବ୍ରହ୍ମପୁର: ଖରାଦିନେ ରକ୍ତ ସଂଙ୍କଟ । ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତ ଅଭାବ । ଇଟିଭି ଭାରତରେ ଏହି ଖବର ପ୍ରସାରଣ ହେବା ପରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ବ୍ରହ୍ମପୁରର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ ଦୈନିକ ଏଠାକୁ ଆସୁଥିବା ଅନେକ ରୋଗୀ ରକ୍ତ ପାଇଁ ହଇରାଣ ହେଉଥିବା ବେଳେ ଥାଲେସେମିଆ ଓ ସିକଲସେଲ୍ ଭଳି ରୋଗ ପାଇଁ ଏଠାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଅନେକ ରକ୍ତ ପାଇଁ ହଇରାଣ ହେଉଥିବା ଏବଂ ନେଗେଟିଭ୍ ଗ୍ରୁପର ରକ୍ତ ଅଭାବ ରହିଥିବା ଖବର ପ୍ରକାଶ ପାଇଥିଲା ।

ତେବେ ଏହି ଖବର ପ୍ରସାରିତ ପରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରରେ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର । ଯେଉଁଥିରେ ବହୁ ଯୁବବର୍ଗଙ୍କ ସମେତ ବହୁ ବ୍ୟକ୍ତିବିଶେଷ ରକ୍ତଦାନ କରିଥିଲେ । ତେବେ ରକ୍ତର ଅଭାବ ରହିଥିବା ଯୋଗୁଁ ସମସ୍ତେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ MKCG ମେଡିକାଲ କର୍ତ୍ତୃପକ୍ଷ ଆହ୍ବାନ କରିଥିଲେ । ସେପଟେ ଏପରି ଖବର ପ୍ରସାରିତ ହେବା ପରେ କ୍ରମାଗତ ଭାବରେ ଚଳିତବର୍ଷ ଗ୍ରୀଷ୍ମର ପ୍ରଭାବ ସତ୍ତ୍ବେ ସମସ୍ତ ଯୁବବର୍ଗ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ରକ୍ତର ଅଭାବକୁ ପୂରଣ କରିବା ପାଇଁ ସମସ୍ତେ ରକ୍ତଦାନ ଶିବିର କରିବା ସହିତ ଆବଶ୍ୟକ ପଡିଲେ ରକ୍ତଭଣ୍ଡାରକୁ ଯାଇ ମଧ୍ୟ ରକ୍ତଦାନ କରିବେ ବୋଲି କହିଛନ୍ତି । ଏହି ଅବସରରେ ଛତ୍ରପୁରରେ ଆୟୋଜିତ ରକ୍ତଦାନ ଶିବିରରେ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.