DIGITAL DIALOGUE: 'ବିଚାର ଗଣ୍ଡି ମଧ୍ୟରେ ମରିଯିବ ମହାନଦୀ' - ସୁଦର୍ଶନ ଦାସ

🎬 Watch Now: Feature Video

thumbnail

By

Published : Apr 23, 2023, 8:57 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା ମହାନଦୀ ସଙ୍କଟର ବଡ଼ କାରଣ । ମହାନଦୀ ବଞ୍ଚାଇବା ଲାଗି ଆଜି ପର୍ଯ୍ୟନ୍ତ ସରକାର କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯଦ୍ଦ୍ବାରା ମରିଯିବାକୁ ବସିଛି ଓଡ଼ିଶାର ଜୀବନରେଖା ମହାନଦୀ । ସେପଟେ ଛତିଶଗଡ଼ କଲମା ବ୍ୟାରେଜ ନିର୍ମାଣ କରି ମହାନଦୀ ଉପରେ ମନମାନି ଚଳାଇଛି । ଅଣମୌସୁମୀ ସମୟରେ ଏପଟେ ଓଡ଼ିଶାବାସୀ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଖୋଦ ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି । ସେପଟେ ବନ୍ୟା ସମୟରେ ହୀରାକୁଦ ଗେଟ ଖୋଲିବାକୁ ଛତିଶଗଡ଼ ସରକାର, ଓଡ଼ିଶା ସରକାରଙ୍କୁ କହୁଛନ୍ତି । ହେଲେ ଏପଟେ ମୁଖ୍ୟମନ୍ତ୍ରୀ ମଉନବ୍ରତ ସାଜିଛନ୍ତି । ସରକାର କେବଳ ମହାନଦୀ ଆମର ଗଙ୍ଗା ନାରା ଦେବା ସହ କିଛି କରିନାହାନ୍ତି । ଏବେ ଟ୍ରିବ୍ୟୁନାଲ ୨ରାଜ୍ୟ ମଧ୍ୟରେ ମହାନଦୀ କଳିର ସମାଧାନ କରିବ ବୋଲି ଚର୍ଚ୍ଚା ହେଉଛି । ହେଲେ ଟ୍ରିବ୍ୟୁନାଲ ମହାନଦୀର ଭବିଷ୍ୟତ ଦେଖିବା ପରିବର୍ତ୍ତେ କେବଳ ୨ ରାଜ୍ୟ ମଧ୍ୟରେ ମହାନଦୀ ପାଣିର ଭାଗବଣ୍ଟା କରିବ । ଏହା ସମାଧାନ ନୁହେଁ । ମହାନଦୀକୁ ବଞ୍ଚାଇବାକୁ ହେଲେ ଉଭୟ ରାଜ୍ୟର ସରକାରଙ୍କ ମଧ୍ୟରେ ଏକାଧିକ ବୈଠକ ହେବା ଆବଶ୍ୟକ । କେବଳ ଆପୋଷ ବୁଝାମଣା ହିଁ ମହାନଦୀକୁ ବଞ୍ଚାଇପାରିବ । ନଚେତ ଏମିତି ବିଚାରଗଣ୍ଡି ମଧ୍ୟରେ ଶେଷରେ ମରିଯିବ ମହାନଦୀ । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଇଲଗରେ କିଛି ଏପରି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ଅନ୍ୟ ଦେଶଗୁଡ଼ିକରେ ନଦୀର ସୁରକ୍ଷା ପାଇଁ କଣ କରାଯାଉଛି, ଛତିଶଗଡ଼ କିପରି ମହାନଦୀ ଉପରେ ମନମାନି କରୁଛି, ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା କିପରି ମହାନଦୀ ପାଇଁ ବଡ଼ ସଙ୍କଟ ଆଣିଦେଇଛି, ଟ୍ରିବ୍ୟୁନାଲ ବାସ୍ତବରେ କଣ ସମାଧାନର ବାଟ ଏପରି ତମାମ ଦିଗରେ ଆମ ସହ ଆଲୋଚନା କରିଛନ୍ତି ସୁଦର୍ଶନ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର  

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.