WIFI Operated Gun: ସ୍ୱୟଂଚାଳିତ ବନ୍ଧୁକ ନିର୍ମାଣ କଲେ ଇଞ୍ଜିନିୟର ଛାତ୍ର, କମାଣ୍ଡ ଦେଲେ ଫୁଟିବ ଗୁଳି

By

Published : Jan 23, 2023, 9:43 PM IST

Updated : Feb 3, 2023, 8:39 PM IST

thumbnail

ଲକ୍ଷ୍ନୌ: ଇଞ୍ଜିନିୟର ଛାତ୍ରଙ୍କ ନିଆରା ଆବିଷ୍କାର । ୱାଇ-ଫାଇରେ ଚାଲୁଥିବା ଅଟୋମେଟିକ ବନ୍ଧୁକ ତିଆରି କରିଛନ୍ତି । ଫଳରେ ୧୦୦ମିଟର ଦୂରରେ ରହି ମଧ୍ୟ ଶତ୍ରୁ ଉପରେ ଗୁଳିଚାଳନା କରିବା ଲାଗି ସକ୍ଷମ ଏହି ବନ୍ଧୁକ । ମୋବାଇଲ, କମ୍ପ୍ୟୁଟର ଓ ଫାୟର କମାଣ୍ଡରେ ଗୁଳିଚାଳନା ହୋଇପାରିବ । ଭବିଷ୍ୟତରେ ଏହାକୁ ଅପଡେଟ କରିବା ପରେ ଦେଢ କିଲୋମିଟର ଦୂରରେ ରହି ମଧ୍ୟ ଗୁଳିଚାଳନା ହୋଇପାରିବ । ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ITM କଲେଜର ୪ଜଣ ଛାତ୍ର ମିଶି ଏହି ଅତ୍ୟାଧୁନିକ ବନ୍ଧୁକ ନିର୍ମାଣ କରିଛନ୍ତି ।  

ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ୩ୟ ବର୍ଷରେ ଛାତ୍ର ଦିଗବିଜୟ ଯାଦବ, କହ୍ନୈୟା ଯାଦବ, କୃଷ୍ଣ ଶାହାଣୀ, ଅନୁରାଗ ଶ୍ରୀବାସ୍ତବ ଏହି ବନ୍ଧୁକର ନିର୍ମାଣ କରିଛନ୍ତି । ସେ କହିଛନ୍ତି କଲେଜର ଇନୋଭେସନ୍ ସେଲରେ ସେନା ପାଇଁ ଏହି ଅସ୍ତ୍ର ପ୍ରସ୍ତୁତ କରାଯାଇଛି। ଏହି ବନ୍ଧୁକ ଦେଶର ସୀମା ନିରାପତ୍ତାରେ ନିୟୋଜିତ ସୈନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ଏହି ବନ୍ଧୁକରେ ୩୬୦ ଡିଗ୍ରୀ କ୍ୟାମେରା ରହିଛି । ଏହି ବନ୍ଧୁକ ଆଗ ଏବଂ ବିଭିନ୍ନ ପାର୍ଶ୍ବ ଉପରେ ନଜର ରଖିବ । ଯବାନମାନେ ମୋବାଇଲ ଏବଂ ଲାପଟପ୍ ଉପରେ ଦୂରରୁ ଶତ୍ରୁ ଉପରେ ନଜର ରଖିବାକୁ ସକ୍ଷମ ହେବେ। ଶତ୍ରୁମାନେ ରାଡାରକୁ ଆସିବା ମାତ୍ରେ ଯବାନ ଟାର୍ଗେଟକୁ ସହଜରେ ମାରିବାରେ ସକ୍ଷମ ହେବେ ।  

କଲେଜର ନିର୍ଦ୍ଦେଶକ ଡକ୍ଟର ଏନ. କେ ସିଂ କହିଛନ୍ତି ଯେ ଛାତ୍ରମାନେ ଦେଶର ସ୍ବାର୍ଥରେ ପ୍ରାୟତଃ ଏପରି ଉପକରଣ ପ୍ରସ୍ତୁତ କରିଥାନ୍ତି । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପୂର୍ବରୁ ସ୍ବୟଂଚାଳିତ ବନ୍ଧୁକ ପ୍ରସ୍ତୁତ ହୋଇସାରିଛି । ଏହାର ପ୍ରୋଟୋଟାଇପ୍ ମଡେଲରେ ପ୍ରତ୍ୟେକ ୨ ଇଞ୍ଚର ୨ଟି ଧାତୁ ବ୍ୟାରେଲ୍ ରହିଛି । ଇଲେକ୍ଟ୍ରୋନିକ୍ ବୁଲେଟ୍‌ଗୁଡିକ ଏଥିରେ ଫିଟ୍ ହୋଇଛି । ଏହି ବନ୍ଧୁକରେ ୱାଇଫାଇ ଉପକରଣ ରହିବ। ଏହା ସହିତ ମୋବାଇଲ, କମ୍ପ୍ୟୁଟର କିମ୍ବା ରିମୋଟକୁ ସଂଯୋଗ କରି ଦୂରରୁ ନିର୍ଦ୍ଦେଶ ଦେବା ପରେ ଫୁଟିବ ଗୁଳି ।  ନିର୍ଦ୍ଦେଶକ କହିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ମିଶନକୁ ଦୃଷ୍ଟିରେ ରଖି ଦେଶର ଯବାନମାନଙ୍କ ସୁରକ୍ଷା ପାଇଁ ଛାତ୍ରମାନେ ଏକ ନିଆରା ପ୍ରୟାସ କରିଛନ୍ତି ।  

କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୃହମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ଲେଖାଯାଇଛି ।  ମାନବ ବିହୀନ ବନ୍ଧୁକର ପ୍ରୋଟୋଟାଇପ୍ ତିଆରି କରିବାକୁ ପ୍ରାୟ ୨୦ ଦିନ ସମୟ ଲାଗିଥିଲା । ଏଥିପାଇଁ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।  ଏହି ବନ୍ଧୁକ ତିଆରିରେ ସକରର ସ୍ପ୍ରିଙ୍ଗ, ୨ ଇଞ୍ଚ ମେଟାଲ ପାଇପ୍‌, ୱାଇ-ଫାଇ, କ୍ୟାମେରା, ୯ ଭୋଲ୍ଟ ବ୍ୟାଟେରୀ, ସୁଇଚ୍ ଆଦି ବ୍ୟବହାର କରାଯାଇଛି ।  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.