ନନ୍ଦନକାନନରେ ଆରମ୍ଭ ହେଲା ଏଣ୍ଡୋସ୍କୋପି ୟୁନିଟ

By

Published : Jul 14, 2023, 1:30 PM IST

thumbnail


ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହେଲା ଏଣ୍ଡୋସ୍କୋପି ୟୁନିଟ । ଏହାଦ୍ବାରା ପ୍ରାଣୀ ଉଦ୍ୟାନରେ ଥିବା ବନ୍ୟଜନ୍ତୁଙ୍କୁ ଉନ୍ନତମାନର ଓ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ । ଏମାନଙ୍କୁ ଆଉ ଚିକିତ୍ସା ପାଇଁ ଓୟୁଏଟି ଯିବାକୁ ପଡ଼ିବ ନାହିଁ କି ଯନ୍ତ୍ରାଂଶ ନେବାକୁ ପଡିବ ନାହିଁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଏଣିକି ସହଜରେ ଜୀବଜନ୍ତୁଙ୍କ ଚିକିତ୍ସା କରାଯିବ । ତେବେ ପ୍ରଥମ ଦିନରେ ଗୋଟିଏ ଭାଲୁର ଏଣ୍ଡୋସ୍କୋପି ହୋଇଛି । ଏଥିସହ ପରୀକ୍ଷାମୂଳକ ଭାବରେ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ମଧ୍ୟ କରାଯାଇଛି ।

 
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବରେ ରୂପାନ୍ତର କରାଯିବ । ନନ୍ଦନକାନନ ନିକଟରେ ଥିବା ଚୂଡଙ୍ଗ ଜଙ୍ଗଲର କିଛି ଅଞ୍ଚଳକୁ ଏଥିରେ ସାମିଲ କରାଯିବ । ଏହି ନୂଆ ଯୋଜନାରେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ଆଧୁନିକ ଫ୍ରଣ୍ଟେଜ, ଏମର୍ସିଭ୍ ଏନକ୍ଲୋଜର, ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିୟମ, ୱାଟର ବାର୍ଡ ଭଳି ଅତ୍ୟାଧୁନିକ ସୁବିଧା କରାଯିବ । ଏହାକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍ ଭାବରେ ବିକାଶ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଏହାସହ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ ମଧ୍ୟ କରାଯିବ । ହେଲେ ଏପଟେ ବାରମ୍ବାର ଟ୍ରାଏଲ ସତ୍ତ୍ବେ ଦୀର୍ଘ ଦିନ ଧରି ରୋପ ୱେ ଆରମ୍ଭ ହୋଇପାରି ନାହିଁ । 
ଏହାଧ୍ୟ ପଢନ୍ତୁ: Chandrayaan 3: ଜହ୍ନକୁ ଯିବ ଚନ୍ଦ୍ରଯାନ, ସଫଳତା ପାଇଁ ବାଲୁକାକଳା

ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ନନ୍ଦନକାନନରେ ୪୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ପକ୍ଷୀ, ୩୦ ପ୍ରଜାତିର ସରୀସୃପ ଏବଂ ୬ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ମୋଟାମୋଟି ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ରହିଛନ୍ତି । ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି । ଦେଶର ଉତ୍ତରପୂର୍ବ ଅଞ୍ଚଳରୁ ହୁକଲକ ଗିବନ, ପିକ ଟେଲ୍ଡ ମାକାକ୍ୟୁ, ୱାନ ହର୍ଣ୍ଣଡ ରାଇନୋସର୍ସ, କ୍ୟାପଡ ଲାଙ୍ଗୁର, ସ୍ପେକ୍ଟାକେଲ୍ଡ ମଙ୍କି, କ୍ଲାଉଡେଡ୍ ଲିଓପାଡ ଆଦି ଆଣିବାର ପ୍ରସ୍ତାବ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.