ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ - BIRAJA PARIKRAMA PROJECT

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 23, 2024, 10:18 PM IST

ଯାଜପୁର: ପୁଣି ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେଡିକୁ ସିଧାସଳଖ କାଉଣ୍ଟର କରିଛି ବିଜେପି । ଆଜି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେଡି କର୍ମୀ ଓ ନେତାଙ୍କ ଗିରଫଦାରୀକୁ ପ୍ରତିବାଦ କରି ଯାଜପୁର ଜିଲ୍ଲା ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ପୋଲିସ ପ୍ରଶାସନକୁ ହାତ ବାରେସି କରି ବିଜେପି ସରକାର ବିଜେଡି ବିରୋଧରେ ହୀନଚକ୍ରାନ୍ତ ଓ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଥିଲା ବିଜେଡି । ଏପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଆଉ ଏକ ସାମ୍ୱାଦିକ ସମ୍ମିଳନୀର ଅୟୋଜନ କରାଯାଇ ଯିଏ ଆଇନକୁ ହାତକୁ ନେଇ ଅରାଜକତା ସୃଷ୍ଟି କରୁଛନ୍ତି ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି କହିଛି ବିଜେପି ।

ସେହିପରି ବିରଜା ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ଶାସକ ଓ ବିରୋଧି ମୁହାଁମୁହିଁ ହୋଇଛନ୍ତି । ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ବିରଜା ପରିକ୍ରମା ପ୍ରକଳ୍ପକୁ ବିରୋଧ କରାଯାଉଥିବା କହିବା ଅପ୍ରାସଙ୍ଗିକ ଅଟେ । ବିଜେପି କୌଣସି ପ୍ରକଳ୍ପକୁ ବିରୋଧ କରୁନାହୁଁ । କେବଳ ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି । ଲୋକେ ଠିକ୍ କଥା କ'ଣ ତାହା ଜାଣିଛନ୍ତି । କିଛି ଲୋକ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଗରିବ ଚାଷୀଙ୍କ ପେଟକୁ ଲାତ ମାରୁଛନ୍ତି । ଗରିବ ଲୋକଙ୍କ ହାଟକୁ ବନ୍ଦ କରୁଛନ୍ତି । ବିରଜା ପ୍ରକଳ୍ପ ହେଉ ଏବଂ ଅବଶିଷ୍ଟ ଜମିରେ ଗରିବ ଲୋକଙ୍କ ବହୁ ପୁରାତନ ବିରଜା ହାଟ ବି କାର୍ଯ୍ୟକ୍ଷମ ହେଉ ବୋଲି ବିଜେପି ଦାବି କରିଛି ।
 

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ..

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନେତା ବବି ଦାସଙ୍କ ଭାଇ ଭବପ୍ରସାଦ ଗିରଫ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.