ETV Bharat / sports

ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନାମ ଲେଖିଲେ ରାହୁଲ-ଜୟଶ୍ୱାଲ, ଅଷ୍ଟ୍ରେଲିଆରେ ଓପନିଂ ପାର୍ଟନରସିପ୍ 200 ରନ୍

କେଏଲ ରାହୁଲ ଏବଂ ଯଶସ୍ୱୀ ଜୟଶ୍ୱାଲ୍ ଅଷ୍ଟ୍ରେଲିଆରେ ପ୍ରଥମ ଭାରତୀୟ ଓପନିଂ ଯୋଡି ଭାବେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟରେ 200 ରନରୁ ଅଧିକ ପାର୍ଟନରସିପ୍ କରିଛନ୍ତି ।

Border Gavaskar Trophy Test
Border Gavaskar Trophy Test ((AP))
author img

By ETV Bharat Odisha Team

Published : Nov 24, 2024, 3:45 PM IST

Updated : Nov 24, 2024, 7:55 PM IST

ପର୍ଥ (ଅଷ୍ଟ୍ରେଲିଆ) : 20 ବର୍ଷ ପରେ ପ୍ରଥମ ଭାରତୀୟ ଓପନିଂ ଯୋଡି ଭାବେ 100 ରନର ଶତକୀୟ ଭାଗିଦାରୀ କରିବା ପରେ ବ୍ୟାଟର କେଏଲ ରାହୁଲ ଏବଂ ଯଶସ୍ୱୀ ଜୟଶ୍ୱାଲ କଙ୍ଗାରୁ ମାଟିରେ ପ୍ରଥମ ଭାରତୀୟ ଯୋଡି ଭାବେ ପ୍ରଥମ ଓ୍ବିକେଟ ପାଇଁ ସର୍ବାଧିକ ରନର ପାର୍ଟନରସିପ୍ ଠିଆ କରିଛନ୍ତି ।

ଦୁହେଁ ସ୍ଥାନୀୟ ଗ୍ରାଉଣ୍ଡରେ ଚାଲିଥିବା ଗର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଦ୍ବିତୀୟ ଇନିଂସରେ 201 ରନର ବିଶାଳ ଓପନିଂ ପାର୍ଟନରଶିପ କରିଛନ୍ତି । ତେବେ ଖାଲି ସେତିକି ନୁହେଁ ରାହୁଲ ଏବଂ ଜୟଶ୍ୱାଲଙ୍କ ଏହି ରେକର୍ଡ ଅଷ୍ଟ୍ରେଲିଆରେ କୌଣସି ଭାରତୀୟ ଓପନିଂ ଯୋଡି ପାଇଁ ସର୍ବାଧିକ ରନର ଭାଗିଦାରୀର ରେକର୍ଡ ।

ଏହା ବି ପଢନ୍ତୁ- 30ତମ ଟେଷ୍ଟ ଶତକ, ଅଷ୍ଟ୍ରେଲିଆରେ 7ମ ସେଞ୍ଚୁରୀ; ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଏହା ବି ପଢନ୍ତୁ- କପିଳଦେବଙ୍କ ରେକର୍ଡ କ୍ଲବରେ ବୁମରା, SENA ଦେଶରେ ସର୍ବାଧିକ 5 ଓ୍ୱିକେଟ୍

ଏହା ବି ପଢନ୍ତୁ- ଭାରତ ବିପକ୍ଷରେ ନିଜ ମାଟିରେ ସର୍ବନିମ୍ନ ଟେଷ୍ଟ ସ୍କୋର କଲା ଅଷ୍ଟ୍ରେଲିଆ

ରେକର୍ଡ ପାର୍ଟନରସିପ୍-

1986 ମସିହାରେ ଭାରତ ପକ୍ଷରୁ ଅଷ୍ଟ୍ରେଲିଆର ସିଡନୀରେ ଲେଜେଣ୍ଡାରୀ ବ୍ୟାଟର ସୁନିଲ ଗାଭାସ୍କର ଏଭଂ ଶ୍ରୀକାନ୍ତ 191 ରନର ପାର୍ଟନରସିପ୍ କରିଥିଲେ । ତେବେ 1912 ମସିହାରେ ଇଂଲଣ୍ଡର ଜ୍ୟାକ୍ ହୋବସ୍ ଏବଂ ଓ୍ବିଲଫ୍ରେଡ୍ ରୋହଡିସ୍ 323 ରନର ଓପନିଂ ପାର୍ଟନରସିପ୍ କରିଥିଲେ ।

ରାହୁଲ ଏବଂ ଜୟଶ୍ୱାଲ 63ତମ ଓଭର ପର୍ଯ୍ୟନ୍ତ ଖେଳଥିଲେ । ତେବେ ଏସିଆ ବାହାରେ ଭାରତୀୟ ଓପନିଂ ବ୍ୟାଟରଙ୍କ ପକ୍ଷରୁ ଏହା ଦ୍ବିତୀୟ ସର୍ବାଧିକ ଓଭର ବ୍ୟାଟିଂ ରେକର୍ଡ । ଏହା ପୂର୍ବରୁ ରୋହିତ ଶର୍ମା ଏବଂ ଜୟଶ୍ୱାଲ 2023 ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ 75.4 ଓଭର ଖେଳି 229 ରନ ସ୍କୋର କରିଥିଲେ ।

ରେକର୍ଡ ପାର୍ଟନରସିପରେ ରାହୁଲ 176ଟି ବଲ ଖେଳି 77 ରନ ସ୍କୋର କିରଥିବା ବେଳେ ମାତ୍ର 23 ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ତେବେ ଜୟଶ୍ୱାଲ 205ଟି ବଲ ଖେଳି ଶତକ ହାସଲ କରିଥିଲେ । ଜୟଶ୍ୱାଲ 9ମ ଓପନିଂ ବ୍ୟାଟର ଭାବେ ଅଷ୍ଟ୍ରେଲିଆରେ ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲୀୟ ମାଟିରେ ଶତକ ହାସଲ କରିବାରେ ସେ ଚତୁର୍ଥ କନିଷ୍ଠ ଭାରତୀୟ ବ୍ୟାଟର ବନିଛନ୍ତି ଜୟଶ୍ୱାଲ । ଏହାପୂର୍ବରୁ ଗାଭାସ୍କର 1977 ରେ WACA ଗ୍ରାଉଣ୍ଡରେ 127 ସ୍କୋର କରିଥିଲେ।

ଆଜି ଭାରତ 6 ଓ୍ୱିକେଟ ବିନିମୟରେ 487 ରନରେ ପାଳି ଘୋଷଣା କରିଥିଲା । ଅଷ୍ଟ୍ରେଲିଆକୁ ବିଜୟ ପାଇଁ 534 ରନ ଟାର୍ଗେଟ ଦେଇଥିବା ବେଳେ ଅଷ୍ଟ୍ରେଲିଆ 12 ରନରେ 3ଟି ଓ୍ବିକେଟ ହରାଇଛି ।

Last Updated : Nov 24, 2024, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.