ଶ୍ରୀମନ୍ଦିର ସିଂହଦ୍ୱାରରେ ଭାବବିହ୍ଵଳ ଦୃଶ୍ୟ: ‘କାଳିଆ ମତେ ଏମିତି ଦଣ୍ଡ କାହିଁକି ଦେଲୁ’ - ମହାପ୍ରଭୁ ଲୀଳା ବଡ ବିଚିତ୍ର

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 29, 2023, 10:49 PM IST

ପୁରୀ: ମହାପ୍ରଭୁ ଲୀଳା ବଡ ବିଚିତ୍ର । କିଏ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦୂର ଦୁରାନ୍ତ ରୁ ଧାଇଁ ଆସି ମହାପ୍ରଭୁଙ୍କ ଦର୍ଶନ ଟିକେ ପାଇଲେ ନିଜକୁ କୃତ୍ତାର୍ଥ ମନେକରେ । ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦରେ କାନ୍ଦି ପକାଏ । ହେଲେ ଶ୍ରୀମନ୍ଦିର ସିଂହ ଦ୍ଵାର ଆଗରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଅଭିମାନରେ ଜଣେ ଭକ୍ତ କାଳିଆକୁ କାନ୍ଦିକାନ୍ଦି ପଚାରୁଛି ମତେ ଏମିତି ଦଣ୍ଡ କାହିଁକି ଦେଲୁ । କାହିଁକି ମୋ ଜିବନକୁ ଏମିତି ନର୍କ କରିଦେଲୁ । ମୁଁ ତୋର କ’ଣ ଦୋଷ କରିଛି । ଏମିତି ଦଣ୍ଡ ଦେଲୁ କି ତୋ ମନ୍ଦିର ଭିତରକୁ ଯାଇ ଟିକେ ନିଜେ ଦର୍ଶନ କରିବାରେ ସକ୍ଷମ ହୋଇ ପାରିଲି ନାହିଁ । ଏମିତି କହି ଜଣେ ଦିବ୍ୟାଙ୍ଗ ଝିଅ ଶ୍ରୀମନ୍ଦିର ସିଂହ ଦ୍ଵାର ଆଗରେ ଭୋ ଭୋ କି କାନ୍ଦି ପକାଉଛି । ତେବେ ଭୋ ଭୋ ହୋଇ କାନ୍ଦି କାଳିଆକୁ ଗୁହାରି କରୁଥିବା  ଝିଅଜଣକ ଖୋର୍ଦ୍ଧା ବାଣପୁରର ସଂଘମିତ୍ରା । ପିଲା ଦିନେ ସବୁ କିଛି ଠିକ ଥିଲା । ହେଲେ ହଠାତ ଷଷ୍ଠ ଶ୍ରେଣୀରେ ପଢିଲା ବେଳେ ଧୀରେ ଧୀରେ ଗୋଡ ଅଚଳ ହେବାରେ ଲାଗିଲା। ସେ ଆଉ ଚଲାବୁଲା କରିପାରିଲେ ନାହିଁ । ବହୁ କଷ୍ଟରେ ସ୍କୁଲ ଯାଇ ଦଶମ ଶ୍ରେଣୀ ଯାଏ ପାଠ ପଢିଲା । ହେଲେ ଅନ୍ୟ ପିଲାଙ୍କ ପରି କଲେଜ ଯାଇ ଉଚ୍ଚ ଶିକ୍ଷା ଲାଭ କରି ଭଲ ଚାକିରି କରିବା ସ୍ବପ୍ନ ସବୁ ଶାରୀରିକ ଅକ୍ଷମତା ପାଇଁ ସ୍ବପ୍ନରେ ରହିଗଲା । ତେବେ କାଳିଆ କାହିଁକି ଏତେ ନିଷ୍ଠୁର ହେଲା ବୋଲି କାନ୍ଦି କାନ୍ଦି ଶ୍ରୀମନ୍ଦିର ସମ୍ମୁଖରେ ପ୍ରଶ୍ନ କରୁଛି ସଂଘମିତ୍ରା । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.