thumbnail

By ETV Bharat Odisha Team

Published : Oct 9, 2023, 11:20 AM IST

ETV Bharat / Videos

Watch:କେନ୍ଦୁଝରରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହେଉଛନ୍ତି ହାତୀ । ଗାଁରେ ପଶି ଏକର ଏକର ଫସଲ ସହ ଘର ନଷ୍ଟ କରୁଛନ୍ତି ହାତୀପଲ । ବିଶେଷ କରି କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ତେଲକୋଇ, ସଦର, ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । କିଛି ଦିନ ହେବ ବିଭିନ୍ନ ଚାଷ ଜମି ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ । ସେହିପରି ଆଜି ସକାଳୁ ଜିଲ୍ଲାର ପାଟଣା ବ୍ଲକ ଖିରେଇଟାଙ୍ଗୀରି ସେକ୍ସନ ଅଞ୍ଚଳରେ ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏହି ହାତୀପଲ ଧାନ ଫସଲ ନଷ୍ଟ କରିବା ସହ ବାଉଁଶୁଳି ଗାଁ ନିକଟରେ ଡେରା ପକାଇଛନ୍ତି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ । ତେବେ ଏନେଇ ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ହାତୀଙ୍କ ଗତିବିଧିକୁ  ନଜର ରଖିଛି ।  ସେହିପରି ହାତୀ ପଲଙ୍କ ଯୋଗୁଁ ଫସଲ ନଷ୍ଟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ସୁବଳୟା ଅଞ୍ଚଳରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.