Watch: ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ, ଦଳି ଚକଟି ନଷ୍ଟ କରୁଛି ଚାଷଜମି - ଆତଙ୍କ ରିଚିବାରେ ଲାଗିଛନ୍ତି ଜଙ୍ଗଲୀ ଜନ୍ତୁ
🎬 Watch Now: Feature Video
ନୂଆପଡା: ଜିଲ୍ଲାରେ ଦିନକୁ ଦିନ ଆତଙ୍କ ରିଚିବାରେ ଲାଗିଛନ୍ତି ଜଙ୍ଗଲୀ ଜନ୍ତୁ । ପ୍ରଥମେ ବାଘ ପରେ ଭାଲୁ ଏବେ ହାତୀ ଆତଙ୍କ । ନୂଆପଡାରେ ଜଙ୍ଗଲୀ ଜୀବଜନ୍ତୁ ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇ ଲୋକଙ୍କ ଧନଜୀବନ କ୍ଷତି ଘଟାଉଛି । ବିଗତ ଦିନରେ ହଳଦୀ ଗାଁର ୪ ବର୍ଷ ଶିଶୁକୁ କଲରାପତରିଆ ବାଘ ଝାମ୍ପି ନେଇଥିବା ବେଳେ ପରେ ବିଭିନ୍ନ ଅଞ୍ଚଳରେ କଲରାପତରିଆ ବାଘ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିଥିଲା । କିଛିଦିନ ବ୍ୟବଧାନ ପରେ କୋମନା ବନାଞ୍ଚଳ ଅଧିନସ୍ଥ ବିଜାଖମନ ଜଙ୍ଗଲରେ ବିରୁନପଦର ଗାଁର ଘନଶ୍ୟାମ ପଟେଲକୁ ଭାଲୁ ଆକ୍ରମଣ କରି ହତ୍ୟା କରିଥିଲା । ଏହାସହ ଘଟଣାର ୩ଦିନ ପରେ ବନ ବିଭାଗର କର୍ମଚାରୀଙ୍କୁ ଜଙ୍ଗଲୀ ଭାଲୁ ଆକ୍ରମଣ କରି ହତ୍ୟା କରିଥିଲା । ଏବେ ସିନାପାଲି ବ୍ଲକ ଅଞ୍ଚଳକୁ ଜଙ୍ଗଲୀ ଦନ୍ତା ହାତୀ ପ୍ରବେଶ କରି ଆତଙ୍କ ରଚିଛି । ଜଙ୍ଗଲ ଅଞ୍ଚଳରେ ଥିବା ଚାଷ ଜମିର ଧାନ ଚାଷକୁ ବ୍ୟାପକ ମାତ୍ରାରେ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଙ୍ଗଲୀ ଦନ୍ତା ହାତୀକୁ ଘଉଡ଼ାଇ ବା ପାଇଁ ସିନାପାଲି ବନବିଭାଗ ଏବଂ ସୀମାନ୍ତରେ ଛତିଶଗଡ଼ ବନ ବିଭାଗର ଶତାଧିକ କର୍ମଚାରୀ ନିୟୋଜିତ ରହିଛନ୍ତି ।
ଇଟିଭି ଭାରତ, ନୂଆପଡା