ଗାଁରେ ପଶିଲା ଗଜରାଜ, ଲୋକେ ଆତଙ୍କିତ - କଳାହାଣ୍ଡିରେ ହାତୀ
🎬 Watch Now: Feature Video
ଭବାନୀପାଟଣା: ଉପାନ୍ତ ଅଞ୍ଚଳ ହାତୀଙ୍କ ଉପଦ୍ରବ ଦିନକୁ ଦିନ ଉଗ୍ରରୂପ ନେଉଛି । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗାଁକୁ ପସି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ରେଞ୍ଜର ଗୁର୍ଜିମୁଣ୍ଡା ଗାଁ ମୁଣ୍ଡରେ ଏବେ ଗଜରାଜଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁକୁ ଗୋଟିଏ ଦନ୍ତା ହାତୀ ପଶି ଆସିଥିବା ବେଳେ ଗାଁର ବିଭିନ୍ନ ଫସଲ ନଷ୍ଟ କରୁଥିବା ବେଳେ ଗ୍ରାମବାସୀ ହାତୀକୁ ଘଉଡାଇବାରେ ଲାଗିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡାଇବା ପାଇଁ ପଦକ୍ଷେପ ଆରମ୍ଭ କରିଛି ।
ବନ ବିଭାଗ କହିବା ଅନୁଯାୟୀ, ବଲାଙ୍ଗୀର ଅଞ୍ଚଳରୁ ତେଲ ନଦୀ ଡେଇଁ ୪ ଟିକିଆ ହାତୀ ପଲ ଗତକାଲି(ବୁଧବାର) ସକାଳୁ କେସିଙ୍ଗା ଅଞ୍ଚଳର ବଗଡ ଗୁର୍ଜିମୁଣ୍ଡା, ବଲାଙ୍ଗୀର ଅଞ୍ଚଳର ଲୁଥୁରବନ୍ଦର ବିଭିନ୍ନ ଗାଁରେ ପଶି ଥିବା ଜଣାପଡିଛି । ତେବେ ଖୁବ ଶୀଘ୍ର ହାତୀକୁ ଘଉଡାଇ ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ସେପଟେ ହାତୀକୁ ନେଇ ଗାଁରେ ଭୟର ଆତଙ୍କ ଦେଖିବାକୁ ମିଳିଛି । ଅନ୍ୟପଟେ ଗ୍ରାମବାସୀ ହାତୀକୁ ଘଉଡାଇବା ପାଇଁ ଲାଗିଥିବା ବେଳେ ହାତୀଟି ଲୋକଙ୍କ ଆଡ଼କୁ ଦୌଡ଼ି ଆସୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଇଟିଭି ଭାରତ,କଳାହାଣ୍ଡି