ଖୋର୍ଦ୍ଧାରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ - ହାତୀ ଆତଙ୍କରେ ଆତଙ୍କିତ ଗ୍ରାମବାସୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 9, 2023, 12:18 PM IST

ଖୋର୍ଦ୍ଧା: ଜଙ୍ଗଲ ଛାଡ଼ି ଜନବସତି ମୁଁହା ଜଙ୍ଗଲୀ ଜନ୍ତୁ । ଖାଦ୍ୟ ଅନ୍ୱେଷଣ ହେଉ କିମ୍ବା ଦ୍ରୁତ ଜଙ୍ଗଲ କ୍ଷୟ ଏନେଇ ଜଙ୍ଗଲୀଜନ୍ତୁ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ଆଖପାଖ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜଙ୍ଗଲୀ ହାତୀ ଉପଦ୍ରବ । ଯାହା ଫଳରେ ହାତୀ ମଣିଷ ଲଢ଼େଇରେ ଅନେକ ନିରିହ ଜୀବନ ବାଜିରେ ଲାଗୁଛି । ଏହାରି ମଧ୍ୟରେ ଜିଲ୍ଲାର ହଜ୍‌ ପଞ୍ଚାୟତରେ ଦୀର୍ଘ ଦିନ ଧରି ନିକଟସ୍ଥ ଜଙ୍ଗଲରୁ ହାତୀ ଆସି ବ୍ୟାପକ ପନିପରିବା ସହ ଧାନ ଫସଲ ନଷ୍ଟ କରୁଥିବା ନଜରକୁ ଆସିଛି ।  ଗତକାଲି ବିଳମ୍ବିତ ରାତ୍ରିରେ ହଜ ପଞ୍ଚାୟତର ମୁକ୍ତାପୁର ଅଞ୍ଚଳରେ ଦୁଇଟି ହାତୀ ଉପଦ୍ରବ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଛି । ଯାହା ଫଳରେ ଚାଷୀମାନେ ଏକତ୍ରିତ ହୋଇ ହାତୀ ଘୋଡ଼ାଇ ଥିଲେ । କିନ୍ତୁ ବନବିଭାଗ ସ୍ଥାନୀୟ ଅଞ୍ଚଳରେ ହାତୀ ଘଉଡ଼ାଇବା ନେଇ ଆଖିଦୃଶିଆ ପଦକ୍ଷେପ ନନେବାରୁ ଚାଷୀମାନେ ଧାନ ଫସଲକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Watch:କେନ୍ଦୁଝରରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.