ହଠାତ୍ ବସ ସାମ୍ନାକୁ ଚାଲି ଆସିଲା ହାତୀ, ଆଉ ତା ପରେ

By

Published : Jan 14, 2023, 12:36 PM IST

Updated : Feb 3, 2023, 8:38 PM IST

thumbnail

ଚେନ୍ନାଇ: ତାମିଲନାଡୁର ଏରୋଡ ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ଚାଷୀ କ୍ଷେତକୁ ନଷ୍ଟ କରିବା ସହ ସାଧାରଣ ରାସ୍ତାରେ ଯାତାୟତ କରୁଛନ୍ତି ହାତୀ । ଏରୋଡ ଜିଲ୍ଲାର କେଥାସାଲ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାତ୍ରୀବାହି ବସ ଆଗକୁ ଚାଲି ଆସିଲା ବଣୁଆ ହାତୀ । ହଠାତ ବସ ଆଗକୁ ହାତୀ ଚାଲିଆସିବା ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ ।  

 

କର୍ଣ୍ଣାଟକର କୋଲକାଲରୁ ଏକ ଯାତ୍ରୀବାହି ବସ ସଥ୍ୟମଙ୍ଗଲମ ରାସ୍ତା ଦେଇ ତାମିଲନାଡୁର ସାଥିଆଙ୍ଗଲାମ ଯାଉଥିଲା । ଏହି ସମୟରେ କେଥେସାଲ ନିକଟରେ ଏକ ବଣୁଆ ହାତୀ ହଠାତ ବସ ଆଗକୁ ଚାଲି ଆସିଥିଲା । ହାତୀକୁ ଦେଖି ବସଟି ଅଟକି ଯାଇଥିଲା । କିନ୍ତୁ ହାତୀଟି ବସ ଆଗକୁ କ୍ରମାଗତ ଭାବେ ମାଡ଼ି ଆସୁଥିଲା । ଏହା ଦେଖି ବସରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ହାତୀଟି ବସକୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀ ଆତଙ୍କିତ ହୋଇ ଚିତ୍କାର କରିବାକୁ ଲାଗିଲେ । ହାତୀ ଆକ୍ରମଣରେ ବସର କାଚ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ବସରେ ଥିବା  30ରୁ ଊର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଛି ସମୟ ପରେ ହାତୀଟିକୁ ଘଉଡ଼ାଇବା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଣାପଡ଼ିଛି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.