ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: କେମିତି ଚାଲିଛି ପ୍ରସାଦ ପ୍ରସ୍ତୁତି ? ଦେଖନ୍ତୁ

🎬 Watch Now: Feature Video

thumbnail

Prasad Preparation: ଲକ୍ଷ୍ନୌ: ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଚାଲିଛି ପ୍ରସାଦ ପ୍ରସ୍ତୁତି । ବିଭିନ୍ନ ରାଜ୍ୟ ତଥା ଦେଶ ବିଦେଶର ପ୍ରମୁଖ ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନିକଟକୁ ଯାଇଛି ନିମନ୍ତ୍ରଣ ପତ୍ର । ତେଣୁ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ । ଏସବୁକୁ ନଜରରେ ରଖି ଚାଲିଛି ପ୍ରସାଦ ତିଆରି । ପ୍ରାୟ ୫ ଲକ୍ଷ ପ୍ୟାକେଟ୍ 'ଇଲାଇଚି ଦାନା' ବା ଅଳେଇଚ ପ୍ରସାଦ ତିଆରିରେ ଲାଗିଛନ୍ତି ଟ୍ରଷ୍ଟର ସଦସ୍ୟ ।  

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ଅତିଥି ଦେଖାଇବେ ନିମନ୍ତ୍ରଣପତ୍ର

ସୂଚନା ଅନୁସାରେ, ଏହି 'ଇଲାଇଚି ଦାନା' ଚକଲେଟ୍ ଭଳି ଆକାରର ତିଆରି କରାଯାଏ । ଏହା ଅଳେଇଚ, ଚିନିରୁ ପ୍ରସ୍ତୁତ ହୋଇଥାଏ । ଏହାର ବିଭିନ୍ନ ଔଷଧୀୟ ଗୁଣ ରହିଥିବାବେଳେ ସ୍ବାସ୍ଥ୍ୟ ପକ୍ଷେ ଏହା ହିତକର । ତେବେ ପ୍ରସ୍ତୁତି ଶେଷ ପରେ ପ୍ୟାକେଜିଂ କରାଯାଇ ରଖାଯାଏ । ପୂଜା ସମୟରେ ଏହି ସ୍ବାଦିଷ୍ଟ 'ଇଲାଇଚି ଦାନା'କୁ ଭଗବାନଙ୍କ ନିକଟରେ ଭୋଗ ଭାବେ ଅର୍ପଣ କରାଯିବା ପରେ ଭକ୍ତମାନଙ୍କୁ ସେବନ କରିବାକୁ ଦିଆଯାଏ। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.