ଭୋଟରେ ଜିତିଲେ କୋର୍ଟରେ ହାରିଲେ, ପ୍ରତିଦ୍ବନ୍ଦୀ ପାଇଲେ ସରପଞ୍ଚ ପଦ

By ETV Bharat Odisha Team

Published : Aug 22, 2023, 9:06 PM IST

thumbnail

ଢେଙ୍କାନାଳ: ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀରେ ନିର୍ବାଚନ ଲଢି ୧୪୭ ଖଣ୍ଡ ଭୋଟରେ ବିଜୟୀ ହୋଇ ସରପଞ୍ଚ ହୋଇଥିଲେ । କିନ୍ତୁ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଅଭିଯୋଗ କ୍ରମେ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏପରି ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ଏକତାଳୀ ପଞ୍ଚାୟତରେ । ଏକତାଳୀ ପଞ୍ଚାୟତ ସରପଞ୍ଚ ଝୀଲିପ୍ରଭା ବେହେରା ଚଳିତ ପଞ୍ଚାୟତ ନିର୍ବାଚନରେ ୧୪୭ ଖଣ୍ଡ ଭୋଟରେ ସରପଞ୍ଚ ପଦବୀରେ ନିର୍ବାଚିତ ହୋଇଥିଲେ । 

ନିଜ ସତ୍ୟପାଠରେ ତାଙ୍କର ଦୁଇଟି ସନ୍ତାନ ଥିବା ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶ ସରପଞ୍ଚଙ୍କର ତିନୋଟି ସନ୍ତାନ ଥିବା ଦର୍ଶାଇ ଭୁବନ ସିଭିଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ କୋର୍ଟ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ସରପଞ୍ଚ ଝୀଲିପ୍ରଭା ବେହେରାଙ୍କୁ ଅଯୋଗ୍ୟ ଘୋଷଣା କରିଛି । ଏଥିସହ ନିକଟତମ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶଙ୍କୁ ସରପଞ୍ଚ ଭାବେ ନିର୍ଦ୍ଦେଶ ଦେଇଛନ୍ତି ।
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.