Eid-ul-juha: ଭଦ୍ରକର 33ଟି ମସଜିଦରେ ଭବ୍ୟ ଆୟୋଜନ

🎬 Watch Now: Feature Video

thumbnail

ଭଦ୍ରକ: ସମଗ୍ର ଦେଶରେ ଆଜି ମୁସଲମାନ ଭାଇଭଉଣୀମାନେ ଇଦ୍-ଉଲ-ଜୁହା ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ତ୍ୟାଗ ଏବଂ ବଳିଦାନର ପର୍ବ ହେଉଛି ଇଦ-ଉଲ-ଜୁହା। ଏହି ଅବସରରେ ଭଦ୍ରକ କୁଆଁସ ସ୍ଥିତ ଇଦଗାହା ମଇଦାନ ତଥା ଅନ୍ୟାନ୍ୟ 33 ଟି ମସଜିଦ ଠାରେ ହଜାର ହଜାର ଶ୍ରଦ୍ଧାଳୁ ସମୂହ ନମାଜ ପାଠ ଏବଂ କୋରାନ ପାଠ କରିଛନ୍ତି । ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବ ପୁରୁଷମାନେ ଆଲ୍ଲା ତଥା ଇଶ୍ୱରଙ୍କ ଦିବ୍ୟ ବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ଯରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ ରଖିଥିଲେ । ସେହିଦିନଠାରୁ ଇସଲାମ ଧର୍ମାବଲମ୍ବୀମାନେ ବଳିଦାନର ପର୍ବ ଇଦ୍-ଉଲ-ଜୁହା ନାମରେ ପାଳନ କରୁଛନ୍ତି । 

ଭଦ୍ରକ ଜିଲ୍ଲାରେ  ମୁସଲିମ ସମ୍ପଦ୍ରାୟ ଏକତ୍ରିତ ହୋଇ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍-ଉଲ୍-ଜୁହା ମୁବାରକ ତଥା ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବରେ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଭାଇଚାରାର ମାହୋଲ ଦେଖିବାକୁ ମିଳିଥାଏ।  ତେବେ ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ 100 ଜଣ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 20 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିଥିଲେ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.