ସମୀରଙ୍କ ଅବଦାନ ମନେ ପକାଇଲେ ଉପମୁଖ୍ୟମନ୍ତ୍ରୀ, ଜିତିବାର ଶ୍ରେୟ ଦେଲେ ଅରବିନ୍ଦ - SAMIR DEY DEMISE
🎬 Watch Now: Feature Video

Published : Nov 18, 2024, 10:45 PM IST
ଭୁବନେଶ୍ବର: ସମୀରଙ୍କ ଅବଦାନ ମନେ ପକାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି,"ଯେତେବେଳେ ବିଜେଡି ବିଜେପି ମେଣ୍ଟ ସରକାରରେ ମୁଁ ଶିଳ୍ପମନ୍ତ୍ରୀ ଥିଲି, ତତ୍କାଳୀନ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରମୋଦ ମହାଜନ ମୋତେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦେଲେ । ଆଉ ଯେତେବେଳେ ସେ ପ୍ରସ୍ତାବ କାର୍ଯ୍ୟକାରୀ ହେବା ପାଇଁ ଆସିଲା ସେତେବେଳେ ମୋର କ୍ୟାବିନେଟ ସହଯୋଗୀ ସମୀର ଦେ ସେହି ସିନେମା ଇନଷ୍ଟିଚ୍ୟୁଟକୁ କଟକକୁ ନେବା ପାଇଁ ମୋତେ ଅନୁରୋଧ କରିଥିଲେ । କଟକ ସହର ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଅନୁମୋଦନ କରାଗଲା । ଆଜି ଯାହା BOSE ଭାବରେ ପରିଚିତ।"
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ସମୀର ଦେ ଉଚ୍ଚଶିକ୍ଷାମନ୍ତ୍ରୀ ଥିବା ସମୟରେ ଉଚ୍ଚ କଲେଜ ଗୁଡ଼ିକରେ ଡ୍ରେସ କୋଡ୍ ତାଙ୍କ ଅବଦାନ ଥିଲା । ସେହିପରି ଅର୍ବନ ପୋଲିସିଂ ଭୁବନେଶ୍ୱର କଟକ ପୋଲିସ କମିଶନରେଟ ଗଠନ ହେବାରେ ତାଙ୍କର ଭୂମିକା ଅତୁଳନୀୟ। ରାଜ୍ୟର ବିଭିନ୍ନ ମହାନଗର ନିଗମ ଗଠନରେ ତାଙ୍କର ନିର୍ଦ୍ଦେଶ ରହିଥିଲା। ଓଡ଼ିଶାରେ ବିଜେପିର ଉତ୍ଥାନରେ ତାଙ୍କର ସକ୍ରିୟ ଭୂମିକା ଥିଲା।"
ଏହା ବି ପଢନ୍ତୁ...ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ
ସେହିପରି ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି,"1992ରେ ମାଲକାନଗିରି ଉପନିର୍ବାଚନରେ ମୋ ପାଇଁ ସମୀର ଦେ ପ୍ରଚାର କରି ମୋତେ ଜିତାଇଥିଲେ । ସେତେବେଳେ ଆମେ ତିନି ଜଣ ବିଜେପି ବିଧାୟକ ହୋଇ ନିର୍ବାଚିତ ହୋଇଥିଲୁ । ପରେ 9 ଜଣ ବିଜେପିର ବିଧାୟକ ବିଧାନସଭାକୁ ନିର୍ବାଚିତ ହେଲେ । ସମୀର ଦେ ମୋ କ୍ୟାବିନେଟ ସହଯୋଗୀ ଥିଲେ । ମାଲକାନଗିରିର ଘରେ ଘରେ ବୁଲି ମୋ ପାଇଁ ଭୋଟ ଭିକ୍ଷା କରିଥିଲେ ସମୀର ଦାଦା। ବଙ୍ଗାଳି ସମ୍ପ୍ରଦାୟର ଭୋଟ ବିଜେପି ସପକ୍ଷରେ ଯିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସ ଜଣେ ଭଲ ବନ୍ଧୁ ଥିଲେ । ତାଙ୍କୁ ହରାଇ ଆଜି ମୁଁ ଅତ୍ୟନ୍ତ ଦୁଃଖିତ।"
ଇଟିଭି ଭାରତ, ଭୁବନେଶ୍ବର