thumbnail

By

Published : Jun 29, 2023, 10:33 PM IST

ETV Bharat / Videos

କଟକରେ ପାଳିତ ହେଲା ଇଦ୍‌, ରାସ୍ତାରେ ନମାଜ ପଢିଲେ ଇସଲାମ ଧର୍ମାବଲମ୍ବୀ

କଟକ: ପାଳିତ ହୋଇ ଯାଇଛି ପବିତ୍ର ଇଦ୍ ଉଲ୍ ଜୁହା । କଟକର କଦମ-ଏ-ରସୁଲ୍, ଛୋଟି ମସଜିଦ ଓ ଇଦଗାହରେ ଇଦ୍ ଉଲ୍ ଜୁହା ପାଇଁ ସମୁହ ନମାଜ ପାଠ କରାଯାଇଛି । ଇସଲାମ ଧର୍ମରେ ଇଦ୍ ଉଲ୍ ଜୁହା ହେଉଛି ତ୍ୟାଗ ଓ ବଳିଦାନର ପର୍ବ । ଏହି ପର୍ବରେ ନ୍ୟାୟ ଓ ଧର୍ମ ପାଇଁ ନିଜର ସବୁ କିଛି ତ୍ୟାଗ କରିବା ପାଇଁ ସଙ୍କଳ୍ପ ନେଇଥାଆନ୍ତି ମୁସଲିମ ଭାଇ ଭଉଣୀମାନେ । ତିନି ଦିନ ଧରି ଏହି ପର୍ବ ପାଳନ ହେବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ପାଳନ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି କଟକର ମସଜିଦଗୁଡ଼ିକରେ ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି ।
 

ସହରରେ ଥିବା ସମସ୍ତ ଛୋଟ ବଡ ମସଜିଦରେ ଇଦ୍‌ର ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିଶେଷ କରି କଦମ-ଏ-ରସୁଲ ଓ ଇଦଘା ପଡ଼ିଆରେ ଇଦର ନମାଜ ପାଠ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ଇଦଘା ପଡ଼ିଆରେ ଶେଷ ନମାଜ ପାଠ ହେଉଥିବାରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏପରିକି ଅନେକ ମୁସଲିମ ଧର୍ମାବଲମ୍ବୀ ରାସ୍ତାରେ ବସି ନମାଜ ପାଠ କରିଥିଲେ । ସେପଟେ ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନେଟ ପୋଲିସ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଥିଲା। ସହରର ସମସ୍ତ ଗଳି କନ୍ଦିରେ ପୋଲିସ ନିୟୋଜିତ କରାଯାଇଥିଲା । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.