thumbnail

By ETV Bharat Odisha Team

Published : Nov 14, 2023, 7:27 PM IST

ETV Bharat / Videos

3 ଦଫା ଦାବି ନେଇ ଇଷ୍ଟ କୋଷ୍ଟ ରେଲୱେ ଠିକା ଶ୍ରମିକ ସଂଘର ଆନ୍ଦୋଳନ

ପୁରୀ: 3 ଦଫା ଦାବି ନେଇ ପୁରୀ ଇଷ୍ଟ କୋଷ୍ଟ ରେଲୱେ ଠିକା ଶ୍ରମିକ ସଂଘର ଆନ୍ଦୋଳନ । ଏନେଇ ପୁରୀ ରେଲୱେ ଷ୍ଟେସନ ନିକଟରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ସଂଘର ଅଭିଯୋଗ ଅନୁସାରେ, ରେଲୱେ କର୍ତ୍ତୃପକ୍ଷ ଠିକା ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ଦିଗରେ ଅବହେଳା କରୁଛନ୍ତି । ପୁର୍ବରୁ ଶ୍ରମିକମାନଙ୍କୁ ବୋନସ ଦିଆଯାଉଥିବା ବେଳେ ଏବେ ଏହା ପ୍ରଦାନ କରାଯାଉନାହିଁ । ସେହିପରି ପୁର୍ବ ଭଳି ସେମି ସ୍କିଲ୍ଡ ଆଧାରରେ ଦରମା ଏବଂ ସାଲାରି ସ୍ଲିପ୍‌ ମଧ୍ୟ ପ୍ରଦାନ କରାଯାଉନାହିଁ ।

ଏହି 3 ଦଫା ଦାବି ପୂରଣ ନେଇ ବାରମ୍ବାର ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲା ମଧ୍ୟ କେହି ଶୁଣିନଥିବା ଇଷ୍ଟ କୋଷ୍ଟ ରେଲୱେ ଠିକା ଶ୍ରମିକ ସଂଘ ଅଭିଯୋଗ କରିଛି । ତେବେ ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଠିକା ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ। ସେତେବେଳେ ଯାହା କିଛି ପରିସ୍ଥିତି ସୃଷ୍ଟି ହେବ ତାକୁ ନେଇ ରେଲୱେ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଠିକା ଶ୍ରମିକ ସଂଘ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଇଟିଭି ଭାରତ, ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.