କଟକରେ ପ୍ରଥମେ କେଉଁଠି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ?
🎬 Watch Now: Feature Video
Published : Oct 24, 2023, 10:55 AM IST
|Updated : Oct 24, 2023, 3:20 PM IST
କଟକ: ହଜାର ବର୍ଷର ପୂରୁଣା ସହର କଟକ। ଦଶହରା ଆସିଲେ ବଦଳି ଯାଏ ସହରର ରୂପ ରେଖ । ଚିକମିକ ଆଲୁଅରେ ଝଲସି ଉଠେ ସିଲଭର ସିଟି । 52 ବଜାର 53 ଗଳିରେ ଶୁଣିବାକୁ ମିଳେ ମନ୍ତ୍ର ଧ୍ବନି ଓ ଜମେ ଲୋକଙ୍କ ଗହଳି। ଚଳିତ ବର୍ଷ କଟକ ଦଶହରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ତେବେ ପୂର୍ବରୁ କଟକରେ କେମିତି ହୁଏ ଦୁର୍ଗାପୂଜା ଓ କେଉଁ ମଣ୍ଡପରେ ମା’ଙ୍କୁ ପ୍ରଥମେ ପୂଜା କରାଯାଇଥିଲା ସେ ନେଇ ବର୍ତ୍ତମାନର କାଳିଗଳି ବୁଢ଼ୀ ଠାକୁରାଣୀ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରଥମେ କଟକ ସହରର ବାଲୁବଜାର ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା । ଏହାପରେ ଦ୍ୱିତୀୟ ମଣ୍ଡପ ଭାବରେ କାଳିଗଳି ବୁଢ଼ୀ ଠାକୁରାଣୀ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିର ପୂଜା କରାଯାଇଥିଲା। ସେହିପରି ସେତେବେଳେ ବି ମଣ୍ଡପ ଆଗରେ ପ୍ରବଳ ଭିଡ଼ ଜମୁଥିଲା । କେବଳ କଟକ ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ମାନେ ଚାଲିଚାଲି ଆସି ମଣ୍ଡପ ବୁଲୁଥିଲେ । ସେତେବେଳେ ଶଗଡ଼ ଗାଡ଼ିରେ ବି ଲୋକମାନେ ଆସି ମଣ୍ଡପ ବୁଲୁଥିଲେ । ବିଦ୍ୟୁତ ନଥିବାରୁ ମଣ୍ଡପରେ ପେଟ୍ରୋମାକ୍ସ ଲାଇଟ ବ୍ୟବହାର କରାଯାଉଥିଲା। ଲୋକମାନେ ଚାଲି ଚାଲି ଆସୁଥିଲେ ଏବଂ କାନି କି କାନି ଗଣ୍ଠି ପକାଇ ବୁଲୁଥିଲେ । କାଳେ କିଏ ହଜିଯିବ ସେଥିପାଇଁ ଗଣ୍ଠି ପକାଇ ମଣ୍ଡପ ବୁଲୁଥିଲେ । ମାତ୍ର ୫ଟି ମଣ୍ଡପରେ ମାଙ୍କର ପୂଜା କରାଯାଉଥିଲା ବୋଲି କହିଛନ୍ତି କାଳିଗଳି ବୁଢ଼ୀ ଠାକୁରାଣୀ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ।
ଏହା ମଧ୍ୟ ପଢନ୍ତୁ- ବ୍ରହ୍ମପୁରରେ ଦୁର୍ଗାପୂଜା, ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତଜନନୀ
ଇଟିଭି ଭାରତ, କଟକ