ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର ସହର - କେନ୍ଦୁଝରରେ ଦୁର୍ଗାପୂଜା ପାଳନ
🎬 Watch Now: Feature Video
Published : Oct 23, 2023, 10:31 AM IST
କେନ୍ଦୁଝର: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର ସହର । ସବୁଠି ମହାମାୟାଙ୍କ ଆବାହନ ସରିଯାଇଛି । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ମନ ମୋହୁଛିି ଆକର୍ଷଣୀୟ ତୋରଣ । ତେବେ କେନ୍ଦୁଝର ସହରରେ ଦଶରୁ ଉର୍ଦ୍ଧ୍ବ ମେଢ଼ ଅନୁଷ୍ଠିତ ହୋଇଛି । କେନ୍ଦୁଝର ପୁରୁଣା ସହର, ଆଟୋପୁର, ଟେଲିଫୋନ ଏକ୍ସଚେଞ୍ଜ୍ ଛକ, ଡେଲି ମାର୍କେଟ୍, ପୋଲିସ ରିଜର୍ଭ ଗ୍ରାଉଣ୍ଡ୍, କାଶିପୁର, ଜଗନ୍ନାଥପୁର, ବଡହଲ, ଗାନ୍ଧୀ ମାର୍କେଟ, ନିଉ କଲୋନୀ ଆଦି ସ୍ଥାନରେ ମହାମାୟାଙ୍କ ପ୍ରତିମା ନିର୍ମାଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ପଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି
ଏସବୁ ସ୍ଥାନ ଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ଼ ପ୍ରସ୍ତୁତ କରାଯାଇ ପୂଜାର୍ଚ୍ଚନା ଚାଲିଛି । ସବୁ ମେଢ଼ଗୁଡ଼ିକରେ ତାମସିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସହରର ସର୍ବ ପୁରାତନ ଦୁର୍ଗା ମଣ୍ତପ ଆଟୋପୂରରେ ଶାସ୍ତ୍ରୀୟ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ୬୫ ବର୍ଷ ପୁରିଥିବା ବେଳେ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯାଇଛି । ସେହିପରି କେନ୍ଦୁଝର ସହରରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରାଯାଇଛି । ଏହି ମେଢ଼ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାୟାଙ୍କ ପୂଜାର୍ଚ୍ଚନା ବହୁ ଧୁମଧାମରେ କରାଯାଉଛି ।
ଇଟିଭି ଭାରତ, କେନ୍ଦୁଝର