ଦୁର୍ଗାପୂଜା ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଜୋରଦାର - ପୂଜା କମିଟି ପକ୍ଷରୁ ଜୋରଦାର ପ୍ରୟାସ
🎬 Watch Now: Feature Video
Published : Oct 9, 2023, 6:35 AM IST
ଜଗତସିଂହପୁର: ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା। ଯାହାକୁ ନେଇ ଚଳ ଚଞ୍ଚଳ ହୋଇଛି ଜଗତସିଂହପୁର ସହର । ଚଳିତ ବର୍ଷ ଜଗତସିଂହପୁରର ଛୋଟବଡ଼ ପୂଜା ମଣ୍ଡପକୁ ମିଶାଇ ମୋଟ ୨୫ ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଦୁର୍ଗା। ବିଭିନ୍ନ ପୂଜା ମଣ୍ଡପରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁଦୃଶ୍ୟ ତୋରଣ ନିର୍ମାଣ କାର୍ଯ୍ୟ ଜୋରଦାର ପ୍ରସ୍ତୁତି ଚାଲୁଥିବାବେଳେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ନିମଗ୍ନ ରହିଛନ୍ତି ଶିଳ୍ପୀ । ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏହା ବି ପଢନ୍ତୁ...ଦୁର୍ଗାପୂଜାରେ ଝଲସିବ ବମିଖାଲ ମଣ୍ଡପ, ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା' ଦଶଭୂଜା
ସେହିପରି ଚଳିତ ବର୍ଷ ପୂଜାରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆସନ୍ତା ୨୪ ତାରିଖ ବିଜୟା ଦଶମୀ ଦିନ ବିନା ଆତସବାଜିରେ ରାବଣ ପୋଡି କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ବିନା ଡିଜେରେ ଭଷାଣ ଶୋଭାଯାତ୍ରା କରାଯିବ ।
ପୂର୍ତ୍ତ ବିଭାଗ ପକ୍ଷରୁ ୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ପୂଜାକୁ ମଦ ମୁକ୍ତ କରିବା ପାଇଁ ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ଆବାହନ ଲାଗି ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାକୁ କିଭଳି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି ।
ଇଟିଭି ଭାରତ, ଜଗତସିଂହପୁର