ନିଶାସକ୍ତ ଡାକ୍ତରଙ୍କ ରୋଗୀ ସେବା, ଇଞ୍ଜେକ୍ସନ ଭରୁଛନ୍ତି ସିକ୍ୟୁରିଟି ଗାର୍ଡ - ମୟୂରଭଞ୍ଜ ଜିଲ୍ଲା ର ଉଦଳା ଡାକ୍ତରଖାନା
🎬 Watch Now: Feature Video
ରାଇରଙ୍ଗପୁର : ନିଶାସକ୍ତ ଡାକ୍ତରଙ୍କ ରୋଗୀ ସେବା । ନିଜେ ଚେୟାରରେ ଭଲ ଭାବରେ ଡାକ୍ତର ବସି ପାରୁ ନ ଥିବା ବେଳେ କରୁଛନ୍ତି ରୋଗୀ ଚିକିତ୍ସା । ସେପଟେ ରୋଗୀଙ୍କ ପାଇଁ ଇଞ୍ଜେକ୍ସନ ଭରୁଛନ୍ତି ସିକ୍ୟୁରିଟି ଗାର୍ଡ। ମୟୂରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଶିଶୁରୋଗ ବିଶେଷଜ୍ଞ ସୁଜିତ କୁମାର ଟୁଡୁଙ୍କ ବିରୋଧରେ ଆସିଛି ଏପରି ଏକ ସଙ୍ଗୀନ ଅଭିଯୋଗ ।
ଡାକ୍ତର ଟୁଡୁ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ଅନେକ ଦିନ ଆଉଟ ଡୋର ଡ୍ୟୁଟି ସମୟରେ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ଜଣେ ରୋଗୀଙ୍କୁ ଇଞ୍ଜେକସନ୍ ଦେବା ନିମନ୍ତେ ତାଙ୍କୁ ସାହାଯ୍ୟ କରୁଛନ୍ତି ଜଣେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଯାହାକି ଭିଡିଓରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଡାକ୍ତର ସୁଜିତ ଟୁଡୁ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି। ଆଉଟ ଡୋର ଡ୍ୟୁଟି ସମୟରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ଆଗରୁ ମଧ୍ୟ ଅନେକ ଥର ନିଶାସକ୍ତ ହୋଇ ଡାକ୍ତର ଜଣଙ୍କ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ରହିଛି। ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ସିଡିଏମଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି। ତେବେ ଉକ୍ତ ଡାକ୍ତରଙ୍କୁ ଉଦଳା ଡାକ୍ତରଖାନରୁ ଅନ୍ୟତ୍ର ବଦଳି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ । ତେବେ ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରୂପଭାନୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଡ଼ଃ ସୁଜିତ କୁମାର ଟୁଡୁଙ୍କୁ ଉଦଳା ଡାକ୍ତରଖାନାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଇଟିଭି ଭାରତ, ରାଇରଙ୍ଗପୁର