Delhi Air Pollution: ବିଷ ବଳୟରେ ରାଜଧାନୀ, ଦେଖାଯାଉନି ରାସ୍ତାଘାଟ - ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2023, 9:14 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି ବାୟୁ ପ୍ରଦୂଷଣ । ବିଷ ବଳୟରେ ପୁରା ସହର । ସ୍ପଷ୍ଟ ମଧ୍ୟାହ୍ନରେ ବି ସୃଷ୍ଟି ହେଉଛି ସଂଧ୍ୟାରେ ଭ୍ରମ । ଧୂଆଁଳିଆ ପୁରା ବାୟୁମଣ୍ଡଳ । ଜମିଛି ପ୍ରଦୂଷିତ କଣିକାର ଏକ ଘନ ଆସ୍ତରଣ । ନା ସଠିକ ଭାବେ ନିଶ୍ବାସ ପ୍ରଶାସ ନେଇ ହେଉଛି, ନା ରାସ୍ତାଘାଟ ଦେଖାଯାଉଛି । ଚର୍ମ,ଆଖି, ନାକରେ ଜ୍ବଳନ ହେଉଛି । ବିଶେଷ ଭାବେ ରୋଗାଗ୍ରସ୍ତ, ଶିଶୁ ଓ ବୟସାଧିକ ବର୍ଗ ପାଇଁ ଅତି ସଙ୍କଟ ସ୍ଥିତି ହୋଇଛି । 

ଦିପାବଳୀ ପୂର୍ବରୁ ଜାତୀୟ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି ଏପରି ସ୍ଥିତି । ଏକାଧିକ ପ୍ରତିଷେଧକ ପନ୍ଥା ମଧ୍ୟ ଗ୍ରହଣ କରାଯାଉଛି । ହେଲେ ସ୍ଥିତି ନିୟନ୍ତ୍ରଣକୁ ଆସୁନି । ପୁରୁଣା ଡିଜେଲ ଗାଡିକୁ ଯାତାୟତରୁ ବାଦ ଦିଆଯାଇଛି । ପଡୋଶୀ ହରିୟାଣା ଓ ପଞ୍ଜାବରେ ଫସଲ ଅମଳ ପରେ କ୍ଷେତରେ ଲଗାଯାଉଥିବା ନିଆଁକୁ ରୋକିବା ପାଇଁ ସେଠାକାର ସରକାରଙ୍କ ସହ ମଧ୍ୟ ଦିଲ୍ଲୀ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି । ଦେଖନ୍ତୁ ଆଜି ସଂଧ୍ୟାରେ ଦିଲ୍ଲୀର ଦୃଶ୍ୟ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.