ଷ୍ଟିୟରିଂ ଛାଡ଼ର ପ୍ରଭାବ: ଅନୁଗୋଳରେ ବସ ଚଳାଚଳ ଠପ, ଲୋକେ ହନ୍ତସନ୍ତ - ଅନୁଗୋଳ ହିଟ୍ ଆଣ୍ଡ ରନ୍
🎬 Watch Now: Feature Video
Published : Jan 6, 2024, 9:16 PM IST
Protest Against New Hit And Run Law In Anugul: ଅନୁଗୋଳ: ହିଟ୍ ଆଣ୍ଡ ରନ୍ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭ ହୋଇଥିବା ସର୍ବଭାରତୀୟ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ଦ୍ବିତୀୟ ଦିନ । ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଓଡ଼ିଶାର ଗାଡ଼ି ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ଯାହାର ପ୍ରଭାବ ଅନୁଗୋଳ ଜିଲ୍ଲାରେ ପଡିଛି । ଆନ୍ଦୋଳନ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଡ୍ରାଇଭରମାନଙ୍କ ଆନ୍ଦୋଳନ ଫଳରେ ଚାରିଆଡେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଅନୁଗୋଳ, ତାଳଚେର, ପାଲଲହଡା, କିଶୋର ନଗର, ଛେଣ୍ଡିପଦା ଓ ବୈଣ୍ଡା ସମେତ ସବୁ ଜାଗାରେ ବସ ଗୁଡିକ ଠିଆ ହୋଇ ରହିଛି । ଅନୁଗୋଳ ବସ ଷ୍ଟାଣ୍ଡରୁ ଜିଲ୍ଲା ଭିତରେ ତଥା ଜିଲ୍ଲା ବାହାରକୁ ଦୈନିକ ୩୦୦ରୁ ଅଧିକ ବସ ଚଳାଚଳ କରେ । ଆଜି ବନ୍ଦ ଯୋଗୁଁ ବସ ଗୁଡିକ ବିଭିନ୍ନ ଷ୍ଟାଣ୍ଡରେ ଠିଆ ହୋଇ ରହିଛନ୍ତି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯେଉଁ ଯାତ୍ରୀମାନେ ପୁର୍ବରୁ ଜାଣିଛନ୍ତି ସେମନେ ଘରୁ ବାହାରି ନାହାନ୍ତି । କିନ୍ତୁ ଜାଣି ନଥିବା ଯାତ୍ରୀ ହଇରାଣ ହେଉଛନ୍ତି । ଏହାର ସୁଯୋଗ ନେଉଛନ୍ତି ଟେମ୍ପୁ ଓ ଛୋଟ ଗାଡି ମାଲିକ । ଯାତ୍ରୀମାନଙ୍କ ଠାରୁ ଅଧିକ ଭଡା ଦାବି କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....ଶିଳ୍ପ ଜିଲ୍ଲାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଗାଡି ଚଳାଚଳ ପ୍ରଭାବିତ
ଇଟିଭି ଭାରତ, ଅନୁଗୋଳ