ହିଟ ଆଣ୍ଡ ରନ ଆଇନ ବିରୁଦ୍ଧରେ ବାଲିପାଟଣା ଛକରେ ଡ୍ରାଇଭର ମହାସଂଘର ଧାରଣା - Hit and Run Law
🎬 Watch Now: Feature Video


Published : Jan 6, 2024, 10:31 PM IST
Driver Associatio Protest: ବାଲିପାଟଣା : ହିଟ ଆଣ୍ଡ ରନ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଣିଥିବା ନୁଆ ଆଇନକୁ ବିରୋଧ କରି ଦେଶବ୍ୟାପୀ ଡ୍ରାଇଭରମାନେ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଚଳାଇଛି । ଏହି କ୍ରମରେ ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଶାଖା ତରଫରୁ ଶାନ୍ତିପୁର୍ଣ ପ୍ରତିବାଦ କରଯାଇଛି । ବାଲିପାଟଣା ଛକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣ କରିଥିଲେ । ଡ୍ରାଇଭରଙ୍କ ରୋଜଗାର ଠାରୁ ଅଧିକ ଜୋରିମାନା ଦେବାକୁ ପଡୁଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଡ୍ରାଇଭର ମହାସଂଘ ।
ଏହା ମଧ୍ୟ ପଢନ୍ତୁ .... ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ
ସଂଘ ସଦସ୍ୟମାନେ ନିମାପଡ଼ା ସରଦେଇପୁର ରାସ୍ତାରେ ଯାତାୟାତ କରୁଥିବା ଭାରୀ ଯାନକୁ ଅଟକାଇ ଡ୍ରାଇଭରମାନଙ୍କ ମୁଣ୍ଡରେ ଅବିର, ଫୁଲ ପକାଇବା ସହ ଉତ୍ତରୀୟ ଦେଉଛନ୍ତି । ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମୁନା ମଲ୍ଲିକ କହିଛନ୍ତି । ସଂଘକୁ ସମର୍ଥନ ଦେବାକୁ ଡ୍ରାଇଭରମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବାଲିପାଟଣା ଶାଖା ସଭାପତି ମୁନା ମଲ୍ଲିକ, ଉପସଭାପତି ବୃନ୍ଦାବନ ଜେନା, ସଂପାଦକ ସରୋଜ ପାଗଡ଼ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଛନ୍ତି
ଇଟିଭି ଭାରତ, ନିଆଳି