କଟକରେ ଆଡ଼ମ୍ବର ସହ ପାଳନ ହେଲା ଦୋଳ ମେଳଣ - କଟକରେ ପାଳିତ ଦୋଳ ମେଳନ
🎬 Watch Now: Feature Video
କଟକ: ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ । ଝୁଲଣ ମଣ୍ଡପରେ ଦୋଳିରେ ଝୁଲିବା ପରେ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଐତିହାସିକ ସହର କଟକରେ ବି ଅନୁଷ୍ଠିତ ହୋଇଛି ଦୋଳ ମେଳଣ। 80 ରୁ ଉର୍ଦ୍ଧ୍ବ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡିଆରୁ ବାହାରି ସହର ପରିକ୍ରମା କରି ବାସ୍ତରୀ ମଠରେ ପହଞ୍ଚିଥିଲା । ଘଣ୍ଟ ଘଣ୍ଟା, ଖୋଳ କରତାଳରେ ପୁରା କଟକ ସହର ପ୍ରକମ୍ପିତ ହୋଇଥିଲା । ସବୁ ସାହିର ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ ।ନାଚଗୀତର ତାଳେ ତାଳେ ଶ୍ରୀଜୀଉଙ୍କୁ ଝୁଲାଇ ଝୁଲାଇ ପୁରା ନଗର ପରିକ୍ରମା କରାଯାଇଥିଲା। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଦୋଳ ମେଳଣ। ଖରା କୁ ଖାତିର ନକରି 72 ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ 4 ଦିଗର ସମସ୍ତ ବିମାନ ଏକାଠି ହୋଇଛନ୍ତି । ଏହା ଏକ ବଡ଼ ଦିଗ ଦର୍ଶନ। ହଜାର ବର୍ଷର ସହର ପାଇଁ ଏହି ଦୋଳ ମେଳଣ ଏକ ନିଆରା ପରମ୍ପରା।
ଇଟିଭି ଭାରତ, କଟକ