Diwali Celebration: ଆଲୋକରେ ଝଲସିଲା ରାଜଧାନୀ

By ETV Bharat Odisha Team

Published : Nov 12, 2023, 10:49 PM IST

thumbnail

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୀପାବଳି । ସବୁଠି ଉତ୍ସବର ମାହୋଲ ରହିଥିବାବେଳେ ରାଜଧାନୀବାସୀ ମଧ୍ୟ ଧୁମଧାମରେ ପାଳିଛନ୍ତି ଦୀପାବଳି । ଦୀପ ଜାଳି ବାଣ ଫୁଟାଇ ସମସ୍ତେ ଦୀପାବଳି ପାଳୁଥିବାବେଳେ ଆଲୋକମୟ ହୋଇଛି ରାଜଧାନୀ ଭୁବନେଶ୍ୱର । ଘର ଦୁଆର ମୁହଁରେ ଝୋଟି ପକାଇ ରଙ୍ଗୋଲୀ ଆଙ୍କି ସ୍ବାଗତ ବାର୍ତ୍ତା ଦେଇଛନ୍ତି ଘରର ସଦସ୍ୟ । ସମସ୍ତ ଘରଗୁଡ଼ିକ ଆଲୋକମାଳାରେ ସଜାଯାଇଥିବା ଦେଖିବାକୁ ମିଳିଛି । 

ଏହା ବି ପଢନ୍ତୁ...Diwali 2023: ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ଆରାଧନା

ପିଲାଙ୍କଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଆଜି ଦୀପାବଳିକୁ ମହା ଆଡ଼ମ୍ବରରେ ପାଳନ କରିଛନ୍ତି । ବାଣ ଫୁଟାଇ ମିଠା ପିଠା ଖାଇ ଖୁସି ମନାଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ମଧ୍ୟ ସମସ୍ତଙ୍କ ଘରେ ଘରେ ଦୀପ ଜାଳି ଆଲୋକର ପର୍ବକୁ ପାଳନ କରାଯାଇଛି । ଆଉ ରାଜଧାନୀର ସମସ୍ତ ସ୍ଥାନ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.