ବାଣ ନୁହେଁ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ, ବ୍ରହ୍ମପୁର ଜରାଶ୍ରମରେ ଦୀପାବଳି ପାଳନ
🎬 Watch Now: Feature Video
Published : Nov 12, 2023, 7:02 PM IST
ବ୍ରହ୍ମପୁର: ଦୀପାବଳୀରେ ବାଣ ନୁହେଁ ସମସ୍ତଙ୍କର ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରି ବ୍ରହ୍ମପୁରର ଜରାଶ୍ରମ ପରିସରରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବ୍ରହ୍ମପୁର ସହରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଆସୁଥିବା ସବୁଜ ବାହିନୀ ପକ୍ଷରୁ ସହରର ଜରାଶ୍ରମରେ ରହି ଆସୁଥିବା ବୃଦ୍ଧବୃଦ୍ଧାଙ୍କ ସହ ଦୀପାବଳି ପାଳନ କରିଛନ୍ତି । ସବୁଜ ବାହିନୀର ଆହ୍ୱାନରେ ସହରର ବିଭିନ୍ନ ସଙ୍ଗଠନ ଏବଂ ଅନେକ ଯୁବବର୍ଗ ଏକତ୍ରିତ ହୋଇ ସେହି ବରିଷ୍ଠ ନାଗରିକଙ୍କ ସହିତ ସାମୂହିକ ଭୋଜନ କରିବା ସହିତ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ..Watch: ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ, ବଡ଼ଦାଣ୍ଡରେ ଜମିଲା ଭିଡ଼
ତେବେ ସମାଜସେବୀ ସଂଗଠନର ଯୁବବର୍ଗଙ୍କ କହିବାନୁଯାୟୀ, "ଯେଉଁ ଟଙ୍କାରେ ବାଣ କିଣି ଫୁଟାଇଥାନ୍ତୁ ସେହି ଟଙ୍କା ବିନିଯୋଗ କରି ବରିଷ୍ଠ ନାଗରିକଙ୍କ ସହିତ କିଛି ସମୟ କଟାଇ ଅନେକ ଖୁସି ମିଳୁଛି ।" ତେବେ ଜରାଶ୍ରମରେ ଏଭଳି ବୃଦ୍ଧ ବାପା ମାଆଙ୍କୁ ଏକାକୀ ନ ଛାଡି ସେମାନଙ୍କ ସହ ପରିବାର ବର୍ଗ ମିଳିତ ଭାବରେ ଦୀପାବଳି ପାଳନ କରନ୍ତୁ ବୋଲି କହିଛନ୍ତି ଯୁବ ସମାଜସେବୀ ।
ତେବେ ବ୍ରହ୍ମପୁର ସହରରେ ଦୀପାବଳି ଅବସରରେ ବାଣ ଫୁଟାଇ ନୁହେଁ ବରଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରି ଆୟୋଜିତ ହୋଇଥିବା ଏହି ନିଆରା କାର୍ଯ୍ୟକ୍ରମରେ ଏହି ଅବସରରେ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ..
ଇଟିଭି ଭାରତ, ବ୍ରହ୍ମପୁର